Latest Odisha News

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ କୋହଲି, ରୋହିତଙ୍କୁ ଦିଆଯାଇପାରେ ବିଶ୍ରାମ

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ ଟିମ ସେପ୍ଟମ୍ବରରେ ଭାରତ ଗସ୍ତରେ ଆସିବ । ଏଠାରେ ୨ଟି ଟେଷ୍ଟ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ୧୯ ସେପ୍ଟମ୍ବରରୁ ଏହି ସିରିଜ ଆରମ୍ଭ ହେବ । ଆଗାମୀ କିଛି ଦିନ ମଧ୍ୟରେ ଭାରତୀୟ ଟିମର ଘୋଷଣା କରାଯିବ । ରିପୋର୍ଟ ମୁତାବକ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରାହ ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ବିଶ୍ରାମ ଦିଆ ଯାଇପାରେ । ବୁମରାହ ଏବେ ବିଶ୍ରାମ ନେବେ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଦଳ ସହିତ ଯୋଗ ଦେବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ବିିସିସିଆଇ ଅବଶ୍ୟ ବୁମରାହଙ୍କ ଉପରେ ଖେଳିବା ନିଷ୍ପତି ଛାଡିଛି । ପେସ ବୋଲର ମହମ୍ମଦ ସାମୀ ଦ୍ରୁତ ବେଗରେ ଫିଟ ହେଉଥିବାରୁ ତାଙ୍କୁ ଏହି ସିରିଜ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇପାରେ ।

ଦୀର୍ଘ ଦିନ ପରେ ରିଷଭ ପନ୍ତ ଟେଷ୍ଟ ଟିମକୁ ପ୍ରତ୍ୟାବର୍ତନ କରିପାରନ୍ତି । ତାଙ୍କର ଦୁଲୀପ ଟ୍ରଫି ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ନଜର ରହିବ । ପନ୍ତଙ୍କୁ ଏଥିପାଇଁ ଧ୍ରୁବ ଜୁରେଲ ଓ କେଏଲ ରାହୁଲଙ୍କ ସହ କଡା ସଂଘର୍ଷ କରିବାକୁ ପଡିବ । ଦୁଲୀପ ଟ୍ରଫି ପାଇଁ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ବାଂଲାଦେଶ ବିପକ୍ଷ ସିରିଜରେ ସେମାନେ ନ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଆଗକୁ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ସବୁ ରହିଥିବାରୁ ସେମାନଙ୍କୁ ବିଶ୍ରାମ ଦିଆଯିବ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ।

Comments are closed.