Latest Odisha News

BREAKING NEWS

ସିମ ବକ୍ସ ଆତଙ୍କୀ ଲିଙ୍କ୍: ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡ, ହୱାଲା ଜରିଆରେ ଚାଲିଥିଲା ଆର୍ଥିକ କାରବାର

ଭୁବନେଶ୍ୱର: ସିମବକ୍ସ ଜରିଆରେ ଚାଲିଥିଲା କି ଆତଙ୍କୀ କାର୍ଯ୍ୟକଳାପ ? କାହିଁକି ବ୍ୟବହାର କରାଯାଉଥିଲା ଏହି ସିମ ବକ୍ସ ? ଟେଲିଫୋନିକ କଲ୍ ଜରିଆରେ ଭାରତ ବିରୋଧୀ ଷଡ଼ଯନ୍ତ୍ର ରଚାଯାଉଥିଲା କି ? ଖୁବଶୀଘ୍ର ଖୁଲାସା ହେବ ଏଭଳି ବିଭିନ୍ନ ପ୍ରଶ୍ନର ଉତ୍ତର। କାରଣ ରାଜଧାନୀ ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ହେବା ଘଟଣାରେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣିଲା ପୋଲିସ।

ଅଭିଯୁକ୍ତ ଆଶାଦ୍ଦୁର ଜମାନ ଓରଫ୍ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ । ରାଜୁ ମଣ୍ଡଳର ଆତଙ୍କୀ ଲିଙ୍କ୍ ନେଇ ଖୋଳତାଡ଼ କରାଯିବ। ମାଷ୍ଟରମାଇଣ୍ଡ ତଥା ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ ସମ୍ପର୍କରେ ଅଧିକ ଛାନଭିନ୍ କରିବ ପୋଲିସ । ପୋଲିସର ଛାନଭିନ କ୍ରମେ ପ୍ରଥମେ ଭୁବନେଶ୍ବରରୁ ସିମ୍ ବକ୍ସ ଠାବ କରାଯାଇଥିଲା । ପରେ କଟକରେ ବି ଏଭଳି ଆଉ ଏକ ସିମ୍ ବକ୍ସ ଠାବ କରାଯାଇଥିବା ପୋଲିସ ସୂଚନା ଦେଇଛି। ଯଦି ଆବଶ୍ୟକ ହୁଏ ତେବେ NIA ଓ ଇଣ୍ଟରପୋଲର ସାହାଯ୍ୟ ନିଆଯାଇପାରେ। ଆଉ କିଏ କିଏ ଏହି ସିଣ୍ଡିକେଟରେ ଅଛନ୍ତି, କେଉଁ ଦେଶରେ ଏହାକୁ ଅପରେଟ୍ କରାଯାଉଛି, କେତେ ଟଙ୍କା ଟ୍ରାଞ୍ଜାକସନ୍ ହୋଇଛି ସେନେଇ ଖୋଳତାଡ଼ କରାଯାଉଛି। ଏନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

ସିମ ବକ୍ସ ଆତଙ୍କୀ ଲିଙ୍କ୍ ମାମଲାରେ ପୋଲିସକୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳୁଛି। ହାୱାଲା ଜରିଆରେ ଚାଲିଥିଲା ଆର୍ଥିକ କାରବାର। ବାଂଲାଦେଶରୁ ଭୁବନେଶ୍ୱରକୁ ଆସୁଥିଲା ଟଙ୍କା। ଯାହା ବି ଟ୍ରାଞ୍ଜାକ୍ସନ୍ ହେଉଥିଲା ତାହା କ୍ୟସ୍ ଆକାରରେ ହେଉଥିଲା। ବାଂଲାଦେଶ ବର୍ଡରରେ ଥିବା କିଛି ଦୋକାନରେ ଚାଲୁଥିଲା ଏହି ହୱାଲା କାରବାର। ନୋଟକୁ କୋଡ ହିସାବରେ ବ୍ୟବହାର କରି ହୱାଲା ମାଧ୍ୟମରେ ଆର୍ଥିକ କାରବାର ହେଉଥିଲା। ବାଂଲାଦେଶରୁ ଲୋକ ଆସି କଟକ ଓ ଭୁବନେଶ୍ୱରରେ ସିମ୍ ବକ୍ସ ସେଟ୍ ଅପ୍ କରି ଯାଇଥିଲେ।

ଭୁବନେଶ୍ୱରରେ ସିମ ବକ୍ସ ଥିଲା ସତ କିନ୍ତୁ ବାଂଲାଦେଶରୁ ହେଉଥିଲା ଅପରେଟ୍ । ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟରୁ ଗୁପ୍ତ ଫୋନ୍ କଲ୍ ଆଶଙ୍କା କରାଯାଉଛି। ପ୍ରାୟ ବର୍ଷେ ହେଲା ବିଛାଯାଇଥିଲା ଅଦୃଶ୍ୟ ଅପରାଧର ଏହି ନେଟୱର୍କ। ମାଷ୍ଟରମାଇଣ୍ଡ ସାଜିଥିଲା ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ୍। ଆଉ ଯାହାର ଏଜେଣ୍ଟ ସାଜିଥିଲା ପଶ୍ଚିମବଙ୍ଗର ଯୁବକ। ଯାହା ନାଁ ରାଜୁ ମଣ୍ଡଳ। ଗତ ଅକ୍ଟୋବର ୨୧ରେ ବାଂଲାଦେଶରୁ ଭାରତକୁ ଏଣ୍ଟ୍ରି କରିବା ପରେ ଭୁବନେଶ୍ୱର ଆସିଥିଲା ଆଶାଦ୍ଦୁର । ଆଉ ରାଜୁ ମଣ୍ଡଳ ନାଁରେ କେଶୁରାରେ ମାସକୁ ୮ ହଜାର ଟଙ୍କାରେ ଘରଭଡ଼ା ନେଇ ସ୍ଥାପନ କରିଥିଲା ଏହି ସିମ୍‌ ବକ୍ସ ନେଟୱର୍କ ।

ରାଜୁ ଧରାପଡିବା ପରେ ତା ପାଖରୁ ୫ଟି ଅପରେସନାଲ ସିମ୍ ବକ୍ସକୁ ଜବତ କରିଛି ପୋଲିସ । ଯେଉଁଥିରେ ୨୫୫ଟି ସିମ୍ ଆକ୍ଟିଭ ଥିଲା। ସେହିପରି ପ୍ରାୟ ୧ ହଜାର ସିମ୍ ମିଳିଥିବାବେଳେ ତା ମଧ୍ୟରୁ ଅବ୍ୟବହୃତ ଥିଲା ୫୮ଟି ସିମ୍ । ଏକାଧିକ ସିମକୁ ଏକକାଳୀନ ବ୍ୟବହାର କରି କଲ୍ କରାଯାଇପାରୁଥିବା ଏକ ସ୍ୱତନ୍ତ୍ର ଡିଭାଇସ୍ ତଥା ନେଟୱର୍କ ବକ୍ସ ରଖିଥିଲା ରାଜୁ ମଣ୍ଡଳ। ବର୍ତ୍ତମାନ ଏହି ମାମଲାରେ ଅଧିକ ଖୋଳତାଡ କରୁଛି ପୋଲିସ।

Comments are closed.