Latest Odisha News

BREAKING NEWS

ଯାଜପୁରରେ ୨୨ ଛୁଆ ଜନ୍ମ କଲା ଲାଉଡଙ୍କିଆ ସାପ.. 

ଯାଜପୁର: ଯାଜପୁର ରୋଡ୍ ଡାକବଙ୍ଗଳା ଛକରେ ଥିବା ରେଲୱେ କଲୋନୀରେ ଏକ ସଜନା ଗଛରେ ଲାଉଡଙ୍କିଆ ସାପ ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଲୋକେ ସାପକୁ ଦେଖି ଉଦ୍ଧାର କରିବା ପାଇଁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକଙ୍କୁ ଡାକିଥିଲେ। ମଣିଭଦ୍ର ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଗଛରୁ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କଲା ବେଳେ ସେ ଏକ ଛୁଆକୁ ଜନ୍ମ ଦେଇଥିଲା। ପରେ ମଣିଭଦ୍ର ସାପଟିକୁ ପାଖରେ ଥିବା ଏକ ଫୁଲ କୁଣ୍ଡରେ ଥିବା ଗଛରେ ଛାଡ଼ି ଦେଇଥିଲେ। ସାପଟି ଗୋଟିଏ ପରେ ଗୋଟିଏ ଛୁଆ ଜନ୍ମ କରିବାରେ ଲାଗିଥିଲା ।

ମଣିଭଦ୍ର ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଭିଡିଓ କଲ କରି ଘଟଣା ବିଷୟରେ ଅବଗତ କରି ପରାମର୍ଶ ମାଗିଥିଲେ। ପରେ ସେ ସାପଟି ସବୁ ଛୁଆ ଜନ୍ମ କରିବା ପର୍ଯ୍ୟନ୍ତ ସେଇ ସ୍ଥାନରେ ଅପେକ୍ଷା କରି ରହିଥିଲେ।

ମଣିଭଦ୍ରଙ୍କୁ ସହାୟତା କରିବା ପାଇଁ ସ୍ନେକ୍ ହେଲ୍ପ ଲାଇନର ସଂଯୋଜକ ମାନସ ରଞ୍ଜନ ମହାନ୍ତି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଲେ । ପ୍ରାୟ ଦେଢ଼ ଘଣ୍ଟା ପରେ ସାପ ୨୨ଟି ଛୁଆ ଜନ୍ମ କରିବା ପରେ ତାର ପେଟରେ ଆଉ ଫୁଲା ନଥିବା ଦେଖିବାକୁ ପାଇଥିଲେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟମାନେ। ଏହା ପରେ ସାପଟିକୁ ଉଦ୍ଧାର କରାଯାଇଥିଲା।

ମାଆ ସାପ ଲମ୍ବ ୫ ଫୁଟ ୨ ଇଞ୍ଚ ହୋଇଥିବା ବେଳେ ଛୁଆ ମାନଙ୍କର ହାରାହାରି ଲମ୍ବ ୭ ଇଞ୍ଚ ହୋଇଥିଲା ବୋଲି ମାନସ ପ୍ରକାଶ କରିଛନ୍ତି।

ତେବେ ୨୨ ଛୁଆଙ୍କ ଭିତରୁ ୬ଟି ଛୁଆ ଅଜଣା କାରଣରୁ ଘଟଣାସ୍ଥଳରେ ମରି ଯାଇଥିଲେ। ବାକି ୧୬ଟି ସୁସ୍ଥ ଛୁଆ ଏବଂ ମାଆ ଲାଉଡଙ୍କିଆ ସାପକୁ ଏକତ୍ର ନିକଟରେ ଥିବା ବରାଙ୍ଗ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ତେବେ ଏନେଇ ମଣିଭଦ୍ର କହିଛନ୍ତି ଯେ, ମୋ ଜୀବନରେ ସାପ ଛୁଆ ଜନ୍ମ କରିବା ଦେଖିବା ଘଟଣା ପ୍ରଥମ। ମୁଁ ଆଶା କରିବି ବରାଙ୍ଗ ଜଙ୍ଗଲରେ ୧୬ଟି ଛୁଆ ଏବଂ ମାଆ ଆରାମରେ ବଞ୍ଚି ରହିବେ।

 

Comments are closed.