Latest Odisha News

ଆସନ୍ତା ୨୩ରେ ୟୁକ୍ରେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୩ ତାରିଖରେ ମୋଦି ୟୁକ୍ରେନ୍ ଯାଇ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି। ଏହି ଅବସରରେ ୨ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ଉପରେ ଆଲୋଚନା ହେବ।

୩୦ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ୟୁକ୍ରେନ୍‌ରେ ପହଞ୍ଚିବେ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ମସ୍କୋରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟିବାର ପ୍ରାୟ ମାସେ ପରେ ମୋଦି ୟୁକ୍ରେନ୍‌ ଗସ୍ତ କରିବେ।

ଶେଷଥର ପାଇଁ ସେ ଗତ ଜୁନ୍‌ରେ ଇଟାଲୀରେ ଅନୁଷ୍ଠିତ ହୋଇଥିବା ଜି-୭ ସମ୍ମିଳନୀରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କୁ ଭେଟିଥିଲେ। ତେବେ ୟୁକ୍ରେନ୍‌ ଗସ୍ତ ପୂର୍ବରୁ ମୋଦି ଅଗଷ୍ଟ ୨୧ ଓ ୨୨ରେ ପୋଲାଣ୍ଡ ଗସ୍ତ କରିବେ।

Comments are closed.