Latest Odisha News

BREAKING NEWS

ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ ହତ୍ଯା କରିଥିବା ଭାଇର ଗଲା ଜୀବନ

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ ଛୁରା ମାଡ଼ କରି ଫେରାର ହୋଇଯାଇଥିବା ଭାଇର ବସ୍ ଧକ୍କାରେ ଗଲା ଜୀବନ।

ମୃତ ଯୁବକ ଜଣକ ହେଲେ ଆଶୁତୋଷ ପାଣିଗ୍ରାହୀ। ତେବେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଯାଇଛି।

ଉଲ୍ଲେଖଯୋଗ୍ୟ, ଶ୍ରାଦ୍ଧ ପୂଜା ପାଇଁ ପ୍ରଯୋକ୍ତା ପାଣିଗ୍ରାହୀ ଓ ତାଙ୍କ ଭାଇ ଆୟୁଷ୍ମାନ ପାଣିଗ୍ରାହୀ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଘରର ତଳ ମହଲାରେ ପୂଜା ଚାଲିଥିବା ବେଳେ ଉପର ମହଲାରେ ଦୁହିଁଙ୍କ ସହ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଥିଲେ।

ଚିତ୍କାର ଶୁଣି ପରିବାର ଲୋକେ ଉପର ମହଲାକୁ ଯାଇ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରଯୋକ୍ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢନ୍ତୁ- ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ ଛୁରୀ ଭୁସି ହତ୍ଯା କଲା ଭାଇ

ତେବେ ହତ୍ଯାର କାରଣ ଏଯାବତ ଜଣାପଡିନଥିବା କହିଛନ୍ତି ବଡବଜାର ଥାନା ଆଇଆଇସି।

 

 

Comments are closed.