Latest Odisha News

ଆନ୍ତର୍ଜାତୀୟ ଟି୨୦ରେ ଗୋଟିଏ ଓଭରରେ ୩୯ ରନ କରି ରେକର୍ଡ କଲେ ଡେରିୟସ

ଏପିୟା: ସମୋଓର ବ୍ୟାଟ୍ସମ୍ୟାନ ଡେରିୟସ ଭିସର ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ସର୍ବାଧିକ ୩୯ ରନ ସଂଗ୍ରହ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସମୋଓ ଓ ଭାନୁଆତୁ ମଧ୍ୟରେ ଅନୁଷ୍ଠିତ ଟି୨୦ ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ ମୁକାବିଲାରେ ଏହି ରେକର୍ଡ ସ୍ଥାପନ ହୋଇଛି । ସମୋଓ ବ୍ୟାଟ୍ସମ୍ୟାନ ଡେରିୟସ ଭାନୁଆତୁର ବୋଲୀ ନଳୀନ ନିପିକୋଙ୍କ ଓଭରରେ ୬ଟି ଛକା ମାରିଥିଲେ । ଏହି ଓଭରରେ ୩ଟି ନୋ ବଲ ପଡିଥିବାରୁ ସର୍ବାଧିକ ୩୯ ରନ ସଂଗୃହୀତ ହୋଇଥିଲା ।

ପୂର୍ବରୁ ଭାରତର ଯୁବରାଜ ସିଂ, ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡ ଓ ନିକୋଲସ ପୂରନ ଏବଂ ନେପାଳର ଦୀପେନ୍ଦ୍ର ଏରୀ ଗୋଟିଏ ଓଭରରେ ୩୬ ରନ ସଂଗ୍ରହ କରିଥିଲେ । ଏପିୟାରେ ଖେଳା ଯାଇଥିବା ଏହି ମୁକାବିଲାରେ ସମୋଓ ୧୦ ରନରେ ବିଜୟ ହାସଲ କରିଥିଲା । ସମୋଓ ପ୍ରଥମେ ବ୍ୟାଟିଂ କରି ୧୭୪ ରନ ସଂଗ୍ରହ କରିଥିଲା । ଭାନୁଆତୁ ୧୬୪ ରନ କରିବାକୁ ସକ୍ଷମ ହୋଇଥିଲା । ୩୯ ରନ ଦେଇଥିବା ନଳିନୀ ଦଳ ପକ୍ଷରୁ ସର୍ବାଧିକ ୭୩ ରନ କରିଥିଲେ ।

Comments are closed.