Latest Odisha News

BREAKING NEWS

ସିମ୍ ବକ୍ସ ମାମଲା: ସ୍ମାର୍ଟ ସୁଇଚ୍‌ରେ ଢାକାରେ ବସି ଅପରେଟ କରୁଥିଲା ଆସାଦୁର୍‌ ଜମାନ

ଭୁବନେଶ୍ୱର : ସ୍ମାର୍ଟ ସୁଇଚ୍‌ରେ ଢାକାରେ ବସି ସିମ ବକ୍ସ ଅପରେଟ କରୁଥିଲା ମୁଖ୍ୟ ଅଭିଯୁକ୍ତ ଆସାଦୁର୍‌ ଜମାନ l ଢାକାରେ ଆସାଦୁର ଏକ ସଫ୍ଟଓୟାର କଂପାନୀ ଚଳାଇଥିଲା l ନିଜେ ପ୍ରତିଷ୍ଠା କରିବା ସହ ପରିଚାଳନା କରୁଥିଲା ଆସାଦୁର ଜମାନ ବୋଲି ସୂଚନା ଦେଇଛନ୍ତି କମିଶନର ସଂଜୀବ ପଣ୍ଡା l

ତେବେ ସିମ୍‌ ବକ୍ସ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି କମିଶନର l ଢାକାରେ ବସି ସ୍ମାର୍ଟ ସୁଇଚ୍‌ ସାହାର୍ଯ୍ୟରେ ସିମ ବକ୍ସ ଅପରେଟ କରୁଥିଲା ମୁଖ୍ୟ ଅଭିଯୁକ୍ତ ଆସାଦୁର୍‌ ଜମାନ l ଭୁବନେଶ୍ବର ଓ ରାଞ୍ଚି ସିମ୍‌ବକ୍ସ ସେଣ୍ଟରକୁ ଡାଇରେକ୍ଟ ଅପରେଟ କରୁଥିଲା l ସ୍ମାର୍ଟ ସୁଇଚ୍‌ ଲଗାଇ ଢାକାରେ ବସି ସିମ୍‌ବକ୍ସ ଅପରେଟ କରୁଥିଲା ଆସାଦୁର୍‌ l ଭାରତରେ ମାତ୍ର ସେ ୨ ମାସ ଥିଲା l ଅଗରତାଲା ବାଟେ ଭାରତରେ ପ୍ରବେଶ କରିଥିବା ବେଳେ ପଶ୍ଚିମବଙ୍ଗ ବାଟ ଦେଇ ସେ ଢାକାକୁ ଯାଇଥିଲା ବୋଲି କହିଛନ୍ତି କମିଶନର l ସେପଟେ ରାଜୁ ମଣ୍ଡଳକୁ ଜେରା କରିଛି ଏନ୍‌ଆଇଏ ଟିମ୍‌ l ତେବେ ଅଧିକ ଜେରା ପାଇଁ ରାଜୁ ମଣ୍ଡଳକୁ ଆଉ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ ହେବ ବୋଲି ସୂଚନା ଦେଇଛନ୍ତି କମିଶନର ସଂଜୀବ ପଣ୍ଡା l

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଭୁବନେଶ୍ୱରରେ ଲକ୍ଷ୍ମୀ ସାଗର ପୋଲିସ ଦ୍ୱାରା ଗିରଫ ହୋଇଥିବା ରାଜୁକୁ ଲଜିଷ୍ଟିକ୍ସ, ପାଣ୍ଠି ଏବଂ ବୈଷୟିକ ସହାୟତା ଯୋଗାଇ ଦେଇଥିବା ଅସଦୁର ସତରେ ମାଷ୍ଟରମାଇଣ୍ଡ ନା କେବଳ ଜଣ ସହଯୋଗୀ ବୋଲି ତଦନ୍ତକାରୀ ସଂସ୍ଥା ଅନୁସନ୍ଧାନ କରୁଛନ୍ତି। ଆଜି ରାଜୁର ୫ ଦିନିଆ ରିମାଣ୍ଡ ଶେଷ ହୋଇଥିବାବେଳେ କମିଶନରେଟ୍ ପୋଲିସ ରିମାଣ୍ଡ ଅବଧି ବଢାଇବା ନେଇ କୋର୍ଟରେ ଆବେଦନ କରିଛନ୍ତି l ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ ପୋଲିସ ଭୁବନେଶ୍ୱର, କଟକ ଏବଂ ରାଞ୍ଚିର ତିନୋଟି ସ୍ଥାନରେ ଚଢାଉ କରି ୧୭ଟି ସିମ୍ ବାକ୍ସ ଏବଂ ପ୍ରାୟ ହଜାରେ ସିମ୍ କାର୍ଡ ଜବତ କରିଛି।

Comments are closed.