Latest Odisha News

BREAKING NEWS

ସୌରଭ ଗାଙ୍ଗୁଲିଙ୍କ ବାୟୋପିକରୁ ଓହରିଲେ ଆୟୁଷ୍ମାନ

ମୁମ୍ବାଇ: ୨୦୨୧ରେ ଲଭ ରଞ୍ଜନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଉପରେ ବାୟୋପିକ କରିବେ ବୋଲି ଘୋଷଣା କରିଥିଲେ । ଏହା ପରେ ଆୟୂଷ୍ମାନ ଖୁରାନଙ୍କୁ ଗାଙ୍ଗୁଲିଙ୍ଗ ଭୂମିକା କରିବା ପାଇଁ ଚୟନ କରାଯାଇଥିଲା । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଆୟୂଷ୍ମାନ ଏବେ ଏହି ଫିଲ୍ମରୁ ଓହରି ଯାଇଛନ୍ତି । ଏବେ ଲଭ ରଞ୍ଜନ ଏହାର ରି କାଷ୍ଟିଂ କାର୍ଯ୍ୟ ପୂନର୍ବାର ଆରମ୍ଭ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସେ ଏକ ବଡ ହୀରୋଙ୍କ ସହ ଏହି ଫିଲ୍ମ କରିବାକୁ ଚାହୁଁଛନ୍ତି । ଅପରପକ୍ଷରେ ଆୟୂଷ୍ମାନ ଡେଟ ସମସ୍ୟା ଯୋଗୁ ଫିଲ୍ମ ଛାଡିଛନ୍ତି ବୋଲି କୁହାଯାଇଛି ।

ସେ ଏବେ ଦୀନେଶ ବିଜ୍ଞାନ ଓ ଧର୍ମା ପ୍ରଡକ୍ସନର ସ୍ପାଇ କମେଡି ଫିଲ୍ମ ଉପରେ ମନୋନିବେଶ କରିଛନ୍ତି । ମେକର୍ସ କିମ୍ବା ଆୟୂଷ୍ମାନ ଏ ସମ୍ପର୍କରେ କୌଣସି ବୟାନ ଜାରୀ କରି ନାହାନ୍ତି । ଏହା ଗୁଜବ ହୋଇପାରେ ବୋଲି ମଧ୍ୟ କୁହାଯାଇଛି । ଲଭ ରଞ୍ଜନ ଦେଦେ ପ୍ୟାର ଦେ ୨ ଓ ଅଜୟ ଦେବଗାନଙ୍କ ସହ ଏକ ଆକ୍ସନ ଥ୍ରୀଲର ଫିଲ୍ମରେ ବ୍ୟସ୍ତ ଅଛନ୍ତି ।

Comments are closed.