Latest Odisha News

ଡ଼ିଜିସିଏର କଡା କାର୍ଯ୍ୟାନୁଷ୍ଠାନ, ଏୟାର ଇଣ୍ଡିଆକୁ ୯୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଡ଼ିଜିସିଏର ବଡ କାର୍ଯ୍ୟାନୁଷ୍ଠାନ l ଅଣ-ଯୋଗ୍ୟ କ୍ରୁ ସଦସ୍ୟଙ୍କ ସହ ବିମାନ ଚଳାଚଳ ପାଇଁ ଏୟାର ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡ଼ିଜିସିଏ । ଏୟାର ଇଣ୍ଡିଆ ଉପରେ 90 ଲକ୍ଷ ଟଙ୍କା ଜରିମାନା କରିଛି ଡ଼ିଜିସିଏ l ଏହା ବ୍ୟତୀତ ଏୟାର ଇଣ୍ଡିଆର ଡାଇରେକ୍ଟର ଅପରେସନ୍ସ ଉପରେ 6 ଲକ୍ଷ ଟଙ୍କା ଏବଂ ନିର୍ଦ୍ଦେଶକ ତାଲିମ ଉପରେ 3 ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲଗାଇଛି ଡ଼ିଜିସିଏ । ଏଥିସହ ଏୟାର ଇଣ୍ଡିଆ ବିମାନର ପାଇଲଟଙ୍କୁ କଡା ଚେତାବନୀ ଦେବା ସହ ଭବିଷ୍ୟତରେ ଏପରି କୌଣସି ଭୁଲ ଯେପରି ନେହବ ସେଥିପ୍ରତି ଧ୍ୟାନ ଦିନକୁ କହିଛି ଡ଼ିଜିସିଏ l

ଡିଜିସିଏ କହିଛି ଯେ, ଏୟାର ଇଣ୍ଡିଆ ଲିମିଟେଡ୍ ଏକ ବିମାନ ଅପରେଟ କରିଥିଲା l ଯାହାକୁ ଟ୍ରେନିଂ ନେଇନଥିବା ଜଣେ କ୍ୟାପିଟେନ କମାଣ୍ଡ କରିଥିଲେ l ଏହି ପ୍ରସଙ୍ଗକୁ ଗୁରୁତର ସହ ନେବା ସହିତ ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି କହିଛି ଡ଼ିଜିସିଏ l ଏ ପ୍ରସଙ୍ଗକୁ ନେଇ ବର୍ତ୍ତମାନ ଏୟାର ଇଣ୍ଡିଆ ଉପରେ ପ୍ରଶ୍ନ ଉଠିଛି l

Comments are closed.