Latest Odisha News

ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ପୁଣେ: ପୁଣେ ଜିଲ୍ଲାର ପାଉଡ ଗ୍ରାମ ନିକଟରେ ଶନିବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରଟି ଏକ ପ୍ରାଇଭେଟ ବିମାନ କମ୍ପାନୀର ହୋଇଥିବା ବେଳେ ଏହା ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା।

ଏହି ହେଲିକପ୍ଟରରେ ୪ ଜଣ ବ୍ଯକ୍ତି ଥିଲେ। ପୁଣେ ରୁରାଲ୍ ପୋଲିସ ଏସପି ପଙ୍କଜ ଦେଶମୁଖ କହିଛନ୍ତି ଯେ ଏଯାବତ କୌଣସି ଜୀବନ ଯିବା ନେଇ ସୂଚନା ମିଳିନାହିଁ।

ତେବେ ଏହି ଘଟଣାରେ କ୍ୟାପଟେନ ଆନନ୍ଦଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଅନ୍ୟ ତିନିଜଣଙ୍କ ସ୍ବାସ୍ଥ୍ଯବସ୍ଥା ସ୍ଥିର ରହିଛି। ହେଲିକପ୍ଟରଟି ଗ୍ଲୋବାଲ୍ ଭେକ୍ଟ୍ରା କମ୍ପାନୀର ହୋଇଥିବା ନେଇ ସୂଚନା ମିଳିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Comments are closed.