Latest Odisha News

ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ

ଲେବାନନ: ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ଇସ୍ରାଏଲ ଏବଂ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି।

ଲେବାନନରୁ ହେଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ସକାଳୁ ୩୦୦ରୁ ଅଧିକ ରକେଟ ମାଡ଼ କରାଯାଇଛି। ଏହାର କଡ଼ା ଜବାବ ଦେଇଛି ଇସ୍ରାଏଲ। ୧୦୦ରୁ ଅଧିକ ଯୁଦ୍ଧ ବିମାନ ଆକାଶମାର୍ଗରୁ ହେଜବୁଲ୍ଲା ରକେଟ ଲଞ୍ଚରଗୁଡ଼ିକୁ ଧ୍ବଂସ କରିଦେଇଛନ୍ତି।

ତେବେ ଆଇରନ ଡୋମ ଉତ୍ତର ଇସ୍ରାଏଲରେ ଲେବାନନ ରକେଟ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲା। ବର୍ତ୍ତମାନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହିଜ୍‌ବୁଲ୍ର କାର୍ଯ୍ୟକଳାପକୁ ନେଇ କ୍ୟାବିନେଟ ବୈଠକ ଡାକିଛନ୍ତି।

ଗତ ମାସରେ ଇରାନରେ ହେଜବୁଲ୍ଲା କମାଣ୍ଡରଙ୍କୁ ହତ୍ୟା କରାଯିବା ପରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।

Comments are closed.