Latest Odisha News

ମୁକୁନ୍ଦପ୍ରସାଦରେ ହାଇଆଲର୍ଟ: ଧାରା ୧୬୩ ବଳବତ୍ତର

ଭୁବନେଶ୍ୱର: ଖୋର୍ଦ୍ଧା ହତ୍ୟାକାଣ୍ଡ ଘଟଣାରେ ଉତ୍ତେଜନାପୂର୍ଣ୍ଣ ରହିଛି ସାରା ଅଞ୍ଚଳ। ଏହାକୁ ଦୃଷ୍ଟିରେ ରଖି ମୁକୁନ୍ଦପ୍ରସାଦ ମୌଜାରେ ଲାଗୁ ହୋଇଛି ୧୬୩। ମୁକୁନ୍ଦପ୍ରସାଦର ୨, ୨୧ ଓ ୨୨ ନଂ ୱାର୍ଡରେ ୧୬୩ ଲାଗୁ ହୋଇଛି। ସେହିପରି ୧ ନମ୍ବର, ୩ ନମ୍ବର ୱାର୍ଡର କିଛି ଅଞ୍ଚଳରେ ମଧ୍ୟ ୧୬୩ ଲାଗୁ ହୋଇଛି। ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନର ନିବେଦନ କରାଯାଇଛି। ସମଗ୍ର ଅଞ୍ଚଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଏହି ଆଇନ ଅନୁସାରେ, ବିନା ଅନୁମତିରେ ଏହି ସବୁ ୱାର୍ଡରେ ୫ଜଣରୁ ଅଧିକ ଲୋକ ଏକାଠି ହେବାକୁ ନିଷେଧ କରାଯାଇଛି। ଏହି ଅଞ୍ଚଳର ସ୍କୁଲ କଲେଜ ସବୁ ବନ୍ଦ ସହିତ ମୋଟ୍ ୮ ପ୍ରକାରର ନିଷେଧାଜ୍ଞା ଜାରି କରାଯାଇଛି। ଏହାସହ ବିନା ଅନୁମତିରେ ମାଇକ ବଜାଇବା, ସର୍ବସାଧାରଣରେ ବାଣ ଫୁଟାଇବା ଓ ପିଙ୍ଗିବାସ ରାଲି, ଶୋଭାଯାତ୍ରା, ଧାରଣା, ସ୍ଲୋଗାନ ଉପରେ ମଧ୍ୟ ରୋକ୍ ଲଗାଇଯାଇଛି। ସେହିପରି ମଶାଲ, ଟାୟାର ଓ ଖଣ୍ଡା ଭଳି ମାରଣାସ୍ତ୍ର ବ୍ୟବହାର କରୁଥିବା ଦେଖିବାକୁ ମିଳିଲେ ସେମାନଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଉପଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।

ସୂଚନା ଥାଉକି, ଶିଳ୍ପାଂଚଳ ଥାନା ଅନ୍ତର୍ଗତ ଜଟଣୀ ବାଇପାସ୍ ନିକଟରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ। ମୃତକ ହେଲେ ମୁକୁନ୍ଦପ୍ରସାଦର ମହମ୍ମଦ ସାଜୁ । ଏହାକୁ ନେଇ ମୁକୁନ୍ଦପ୍ରସାଦ ଛକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୁକୁନ୍ଦପ୍ରସାଦ ଛକରେ ଶବ ରଖି ଟାୟର ଜାଲି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପି ଅବିନାଶ କୁମାର, ଆଇଜି ସଞ୍ଜୟ କୁମାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଜଣାପଡିଛି । ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଛକାପଞ୍ଝା ଲାଗି ରହିଛି । ଅପରାହ୍ନ ପ୍ରାୟ ୧ଟା ବେଳେ ମହମ୍ମଦ ବାଇକରେ ଜଟଣୀରୁ ଘରକୁ ଫେରୁଥିଲେ । ଏହି ସମୟରେ ଏକାଧିକ ଯୁବକ ତାଙ୍କୁ ଘେରି ଯାଇଥିଲେ । ମହମ୍ମଦ ସେଠାରୁ ପ୍ରାଣ ବିକଳରେ ଦୌଡି ଏକ ଗ୍ୟାରେଜରେ ପଶିଯାଇଥିଲେ । ଦୁର୍ବୃତ୍ତମାନେ ତାଙ୍କ ଖଣ୍ଡାରେ ମୁଣ୍ଡ, ହାତକୁ ହାଣି ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମେଡିକାଲ ନେଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

 

Comments are closed.