Latest Odisha News

BREAKING NEWS

ଭାଙ୍ଗିବ ୧୯୧ ବେଆଇନ ଆପାର୍ଟମେଣ୍ଟ

ଭୁବନେଶ୍ବର: ପାଖାପାଖି ୧୯୧ ବେଆଇନ ଆପାର୍ଟମେଣ୍ଟ ଭଙ୍ଗାହେବ । ଭୁବନେଶ୍ବରରେ ତିଆରି ହୋଇଥିବା ବେଆଇନ ଆପାର୍ଟମେଣ୍ଟ ଭଙ୍ଗାହେବ ବୋଲି କହିଛନ୍ତି ମନ୍ତ୍ରୀ ।

ଆଜି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଙ୍କ ପ୍ରଶ୍ନରେ କିଛି ଏମିତି ଉତ୍ତର ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରରେ ୧୯୧ଟି ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବ । ବିଡିଏ ଅଧିନରେ ୪୯୧ ବେଆଇନ ଆପାର୍ଟମେଣ୍ଟ ନାଁରେ ମାମଲା ରୁଜ୍ଜୁ ହୋଇଛି । ସେଥିମଧ୍ୟରୁ  ୧୯୧ଟି ଭଙ୍ଗାଯିବ ପାଇଁ  ନିର୍ଦ୍ଦେଶ ଦିଆଯାଇଛି ଏବଂ ୬୩ଟି ମାମଲା ଖାରଜ ହୋଇଥିଲା ବେଳେ ଓ ୨୩୭ଟି ବିଚାରାଧୀନ ଅବସ୍ଥାରେ ରହିଛି । ସେହିପରି ବିଏମ୍‌ସି ଅଧିନରେ ୧୪୪୪ ମାମଲା ରୁଜ୍ଜୁ ହୋଇଥିବା ବେଳେ ୪୫୧ଟି ମାମଲାର ଫଇସଲା ହୋଇଛି । ଏବେବି ୯୯୩ ଟି ମାମଲା ବିଚାରଧୀନ ଅଛି ।

Comments are closed.