Latest Odisha News

BREAKING NEWS

ବିବାହକୁ ନେଇ ରାହୁଲଙ୍କ କ’ଣ ରହିଛି ଯୋଜନା? 

ଶ୍ରୀନଗର: ବିବାହକୁ ନେଇ ରାହୁଲଙ୍କ କ’ଣ ରହିଛି ଯୋଜନା? ଏଭଳି ଏକ ପ୍ରଶ୍ନର ଉତ୍ତରରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ବିବାହ କରିବାକୁ ଯୋଜନା କରୁନାହାଁନ୍ତି, କିନ୍ତୁ ଯଦି ବିବାହ ହୁଏ ତେବେ ଠିକ୍ ଅଛି। ସେ ୨୦-୩୦ ବର୍ଷ ଧରି ବିବାହର ଚାପରୁ ବାହାରି ଆସିପାରିଛନ୍ତି।

ଗତ ସପ୍ତାହରେ ଜମ୍ମୁ କାଶ୍ମୀର ଗସ୍ତ ସମୟରେ କାଶ୍ମୀରର ଛାତ୍ରୀମାନଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ବାର୍ତ୍ତାଳାପର ଏକ ଭିଡିଓ ସେ ସୋମବାର ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଯେତେବେଳେ କାଶ୍ମୀରର ଝିଅମାନେ ତାଙ୍କୁ ବିବାହ ଯୋଜନା ବିଷୟରେ ପଚାରିଛନ୍ତି ସେତେବେଳେ କଂଗ୍ରେସ ନେତା ରାହୁଲ କହିଛନ୍ତି, ମୁଁ ବିବାହ ଯୋଜନା କରୁନାହିଁ, କିନ୍ତୁ ଯଦି ହେବ ତେବେ ଠିକ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦-୩୦ ବର୍ଷ ଧରି ସେ ବିବାହ ଚାପରୁ ବାହାରି ଆସିଛନ୍ତି।

ସେମାନଙ୍କ ସହ ବାର୍ତ୍ତାଳପ ମଧ୍ଯରେ ରାହୁଲ ସେହି ଝିଅମାନଙ୍କୁ ପଚାରିଥିଲେ ଯେ ମୋତେ ବିବାହକୁ ନିମନ୍ତ୍ରଣ କରିବେ। ପ୍ରଧାନମନ୍ତ୍ରୀ ମୋଦି ଙ୍କ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ହେଉଛନ୍ତି ଏପରି ଲୋକ ଯିଏ କାହା କଥା ଶୁଣନ୍ତି ନାହିଁ। ଆଉ ସେ ନିଜ ଭୁଲକୁ ସ୍ବିକାର କରୁନଥିବା ଜଣେ ଲୋକ।

 

Comments are closed.