Latest Odisha News

BREAKING NEWS

ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ମମତା ମହାନ୍ତ

ଭୁବନେଶ୍ୱର: ପୁଣି ରାଜ୍ୟସଭାକୁ ଗଲେ ମମତା ମହାନ୍ତ l ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ମମତା ମହାନ୍ତ l ଗତ ୨୧ ତାରିଖ ଦିନ ମମତା ମହାନ୍ତ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ସାର୍ଟିଫିକେଟ ନେବାକୁ ବିଧାନସଭାରେ ପହିଞ୍ଚିଥିଲେ ମମତା। ରିଟର୍ନିଙ୍ଗ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଛନ୍ତି ମମତା ମହାନ୍ତ।

ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ଟିକଟରୁ ପୂର୍ବତନ ସାଂସଦ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ। ଗତ ୨୧ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ । କିନ୍ତୁ ଆଜି ସକାଳେ ଜଗନ୍ନାଥ ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିଲେ। ପାର୍ଟି ନିର୍ଦ୍ଦେଶରେ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ବୋଲି କହିଛନ୍ତି ଜଗନ୍ନାଥ ପ୍ରଧାନ l ଜଗନ୍ନାଥ ପ୍ରଧାନ ନାମାଙ୍କନ ପ୍ରତ୍ୟାହାର ପରେ ରାଜ୍ୟସଭାକୁ ନିର୍ନ୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମିତା ମହାନ୍ତ l

ସୂଚନାଯୋଗ୍ୟ ଯେ, ନିକଟରେ ସେ ବିଜେଡି ଦଳରୁ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେବା ସହ ବିଜେପି ଦଳରେ ସାମିଲ ହୋଇଥିଲେ। ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳ ଛାଡିଥିଲେ ଟାଣୁଆ ନେତ୍ରୀ ମମତା। ଏହାପରେ ବିଜେପିରେ ସାମିଲ ହେବା ସହ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ।

Comments are closed.