Latest Odisha News

ଦ୍ରୁତତମ ପଣ୍ୟ ବୋଝେଇ ଓ ପରିବହନ କ୍ଷେତ୍ରରେ ନୂତନ ମାନଦଣ୍ଡ ହାସଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷର ୨୬ ଅଗଷ୍ଟ ପର୍ଯ୍ୟନ୍ତ ମାତ୍ର ୧୪୮ ଦିନ ମଧ୍ୟରେ ପୂର୍ବତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ ୧୦୦.୫୭ ନିୟୁତ ଟନ୍ ପଣ୍ୟ ବୋଝେଇ କରି ଏକ ନୂତନ ମାନଦଣ୍ଡ ହାସଲ କରିବା ସହିତ ପଣ୍ୟ ପରିବହନରେ ଦ୍ରୁତତମ ବୋଝେଇ ହାସଲ କରିଛି । ଗତ ଆର୍ଥିକ ବର୍ଷରେ ଏହି ରେଳପଥ ୧୦୦ ନିୟୁତ ଟନ୍ ପଣ୍ୟ ପରିବହନ ପାଇଁ ୧୫୨ ଦିନ ସମୟ ନେଇଥିଲା । ଅଗଷ୍ଟ ୨୬, ୨୦୨୪ ସୁଦ୍ଧା, ପୂର୍ବତଟ ରେଳପଥ ପଣ୍ୟ ପରିବହନରେ ୩.୩୭% ବୃଦ୍ଧି ରେକର୍ଡ କରିଛି, ଯାହା ପୂର୍ବ ବର୍ଷର ସମାନ ସମୟ ତୁଳନାରେ ୩.୨୮୨ ନିୟୁତ ଟନ୍ ଅଧିକ ଅଟେ ।

ଏହି ପଣ୍ୟ ବୋଝେଇ ଓ ପରିବହନ ମାଇଲଖୁଣ୍ଟରେ ପ୍ରମୁଖ ଯୋଗଦାନକାରୀମାନେ ପ୍ରମୁଖ ଶିଳ୍ପ ହବ୍ ଏବଂ ବନ୍ଦରଗୁଡିକ ଯେପରିକି ତାଳଚେର, ପାରାଦୀପ, ଧାମରା, ବିଶାଖାପାଟନମ୍, ଗଙ୍ଗାଭରମ, କେନ୍ଦୁଝର, କର୍ତ୍ତଭାଲାସ-କିରନ୍ଦୁଲ ଲାଇନ, ଇସ୍ପାତ କାରଖାନା ଏବଂ ପୂର୍ବତଟ ରେଳପଥ ଅଧୀନରେ ଥିବା ଆଲୁମିନିୟମ୍ ପ୍ଲାଣ୍ଟ ଅନ୍ତର୍ଭୁକ୍ତ ।

ଏହି ସମୟ ଅବଧି ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ୬୪.୩୨ ନିୟୁତ ଟନ୍ ପଣ୍ୟ ପରିବହନ କରିଥିବାବେଳେ ୱାଲଟିୟର ରେଳ ମଣ୍ଡଳ ୨୭.୬୭୫ ନିୟୁତ ଟନ୍ ଏବଂ ସମ୍ବଲପୁର ରେଳ ମଣ୍ଡଳ ୮.୫୭୫ ନିୟୁତ ଟନ୍ ପଣ୍ୟ ପରିବହନ କରି ଉପରୋକ୍ତ ସଫଳତା ଆଣି ପାରିଛନ୍ତି ।

Comments are closed.