Latest Odisha News

ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ଓ ହତ୍ୟା ହୋଇଥିବା ଅଭିଯୋଗ

ବାଲେଶ୍ବର: ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର। ରେମୁଣା ଥାନା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ୩ ଦିନ ତଳୁ ନିଖୋଜ ଥିଲେ ୯ମ ଶ୍ରେଣୀର ଛାତ୍ରୀ। ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ।

ସୂଚନା ଅନୁସାରେ ତିନିଦିନ ହେଲା ନାବାଳିକାଜଣକ ନିଖୋଜ ଥିବା ପରିବାର ତରଫରୁ ଥାନାରେ ଅଭିଯୋଗ ହୋଇଥିଲା। ଏକ ପରିତ୍ୟକ୍ତ ବନ୍ଦ କୋଠରୀ ଭିତରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘର ଭିତରୁ ନିଖୋଜ ଥିବା ନାବାଳିକାର ମୃତଦେହ ଉଦ୍ଧାର କରିଛି ।

ନଅ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ପରିବାର ତରଫରୁ ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ।

 

Comments are closed.