Latest Odisha News

BREAKING NEWS

ସୀମା ପାର୍‌ ବେଳେ ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବୁଧବାର ରାତିରୁ ତିନୋଟି ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଜମ୍ମୁ କଶ୍ମୀରରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ରାଜୌରୀ, କୁପୱାଡା ଏବଂ ପୁଞ୍ଛରେ ସେନା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟ ଆରମ୍ଭ କରି ଆତଙ୍କୀ ଯୋଜନାକୁ ପଣ୍ଡ କରିଛନ୍ତି। ଏପରି ସ୍ଥିତିରେ ସୁରକ୍ଷା କର୍ମୀଙ୍କୁ ମିଳିଛି ଏକ ବଡ଼ ସଫଳତା। ଏକ ସ୍ପେଶାଲ ଅପରେସନ ଚଳାଇଥିବା ସୁରକ୍ଷା କର୍ମୀମାନେ ୩ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।

ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଜମ୍ମୁ-କଶ୍ମୀର ପୋଲିସ୍‌ଠୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲାଣି କିଛି ଆତଙ୍କବାଦୀ ପାକିସ୍ତାନ ପଟୁ ଭାରତ ଏଲଓସି ପାର୍‌ ହେବାକୁ ଚେଷ୍ଟା ଚଳାଇଥିଲେ। ଏହି ସୀମା ପାର ତଙ୍ଗଧାର ଓ ମାଛିଲ ସେକ୍ଟରରେ ହେବ ବୋଲି ସୂଚନା ମିଳିଥିଲା। ଏହାପରେ ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୋଲିସ୍‌ ଓ ବିଏସଏଫ୍‌ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଉଭୟ ସ୍ଥାନରେ ଆତଙ୍କବାଦୀମାନେ ପଶୁଥିବା ବେଳେ ସେମାନଙ୍କୁ ସୁରକ୍ଷା କର୍ମୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହା ମଧ୍ୟରେ ସୁରକ୍ଷା କର୍ମୀଙ୍କ ଗୁଳିରେ ମାଛିଲରେ ୨ ଜଣ ଓ ତଙ୍ଗଧାରରେ ଜଣେ ଆତଙ୍କବାଦୀ ଟଳି ପଡ଼ିଥିବା ସୂଚନା ମିଳିଛି। ଏହି ଅପରେସନ ବେଳେ ଜଣେ ଆତଙ୍କବାଦୀ ଗୁରୁତର ହୋଇଥିବା ଜଣାଯାଇଛି। ବର୍ତ୍ତମାନ ଉଭୟ ସ୍ଥାନରେ ଅନୁପ୍ରବେଶକାରୀଙ୍କ ସନ୍ଧାନ ଚାଲିଛି। ତେବେ ଲଗାତାର ବର୍ଷା ହେତୁ ସର୍ଚ୍ଚ ଅପରେସନ କଷ୍ଟକର ହୋଇପଡୁଛି। ପାଗ ଭଲ ହେବା ମାତ୍ରେ ସର୍ଚ୍ଚ ଅପରେସନ୍ ତୀବ୍ର ହେବ।

Comments are closed.