Latest Odisha News

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣା: ବନ୍ଧାହେଲେ କଣ୍ଟ୍ରାକ୍ଟର

ମୁମ୍ବାଇ: ଶିବାଜୀ ମହାରାଜଙ୍କର ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣା । କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ବାନ୍ଧିଲା ପୋଲିସ୍ । ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଛତ୍ରପତୀ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୂଡିବା ଘଟଣାର ପାଞ୍ଚ ଦିନ ପରେ ଆକ୍ସନ ମୋଡରେ ଆସି ଜଣଙ୍କୁ ଗିରଫ କରିଛି ପୋଲିସ୍ ।

ଆଜି ସକାଳୁ ସକାଳୁ କୋହ୍ଲାପୁର ସ୍ଥିତ ଘରୁ ଚେତନଙ୍କୁ ମିଳିତ ଭାବେ ବାନ୍ଧିଛି କେହ୍ଲାପୁର ଓ ମାଲଭନ ପୋଲିସ୍ । ଏହାପରେ ତାଙ୍କୁ ମାଲଭନ ପୋଲସଙ୍କୁ ହସ୍ତାନ୍ତର କରିଦିଆଯାଇଛି । ତେବେ ପୂର୍ବରୁ ଏହି ଘଟଣାରେ ଚେତନଙ୍କ ନାଁରେ ଅଭିଯୋଗ ହୋଇଥିଲା  ।  ଆର୍କିଟେକ୍‌ ଜଗଦୀପ ଆପେଟଙ୍କୁ ବି ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ଉଭୟଙ୍କ ଖାମଖିଆଲି ମନୋଭାବ ଓ କର୍ତ୍ତବ୍ୟରେ ଅବହେଳା ହେତୁ ଏପରି ଏକ ଅଘଟଣ ଘଟିଲା ବୋଲି ଅଭିଯୋଗ ହୋଇଥିଲା ।

ସେପଟେ ଏହାକୁ ନେଇ ତାତିଥିଲା ରାଜନୀତି ।  ବିରୋଧୀ ଦଳ ବିଜେପି ଓ ସିନ୍ଦେ ସରକାରଙ୍କୁ ଟାର୍ଗେଟ କରିଥିଲେ । ଏ ଘଟଣା ଆଗକୁ ତେଜିବାରୁ ଏହାକୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ସବୁ ଦେଶଷ ଭାରତୀୟ ସେନା ଉପରେ ଲଦି ଦେଇଥିଲେ । ଶିବାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଦାୟିତ୍ବ ନୌସେନା ନେଇଥିଲା, ଏଥିରେ ରାଜ୍ୟ ସକରକାରଙ୍କର କିଛି ଅସ୍ତକ୍ଷେପ ନଥିଲା ବୋଲି କହି ସଫେଇ ଦେଇଥିଲେ ।

ତେବେ କହିରଖୁଛୁ, ଗତ ବର୍ଷ ଡିସେମ୍ବର ୪ରେ ଛତ୍ରପତୀ ଶିବାଜୀ ମହାରାଜଙ୍କ ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିଲେ। ଭାରତୀୟ ନୌସେନା ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରୋଜେକ୍ଟ କାମ ସମ୍ପନ୍ନ ହୋଇଥିଲା । ସେହି ଦିନକୁ ନୌସେନା ଦିବସ ଭାବେ ଘୋଷଣା କରାଯିବା ସହ ପ୍ରଥମ ଥର ଏହାକୁ ଧୁମଧାମରେ ପାଳନ କରାଯାଇଥିଲା। ହେଲେ ଏହାକୁ ବର୍ଷେ ପୂରି ନଥିବା ବେଳେ ଗତ ସୋମବାର ତାହା ଭୁଶୁଡ଼ି ପଡ଼ିଥିଲା। ଯାହାକୁ ନେଇ ହଟଚମଟ ସୃଷ୍ଟି ହୋଇଥିଲା ।

Comments are closed.