Latest Odisha News

ବିଜେଡି ସରକାରଙ୍କର ‘ନୂଆ ଓ’ରେ ପଡିଲା ପୂର୍ଣ୍ଣଚ୍ଛେଦ

ଭୁବନେଶ୍ବର: ବନ୍ଦ ହେଲା ନବୀନ ସରକାରଙ୍କର ‘ନୂଆ ଓ’ । ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର ।

ଶୁକ୍ରବାର ପୂର୍ବ ସରକାରଙ୍କ ‘ନୂଆ ଓ’ ତଥା ନୂତନ ଉନ୍ନତି ଅଭିଳାଷ ଓଡିଶା କାର୍ଯ୍ୟକ୍ରମ ବନ୍ଦ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଣିକି ନୂଆ ସରକାର ପିଜି ଓ ୟୁଜି ପିଲାଙ୍କୁ ନୂଆ ସ୍କିମ୍ ଯୋଗାଇ ଦେବେ । ଫାଇନାନ୍‌ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ ସ୍କିମ ଆରମ୍ଭ କରିବେ ମୋହନ ସରକାର ।  ମୋହନ ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି । ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି ନେଇ କାର୍ଯ୍ୟ ଚାଲିଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Comments are closed.