Latest Odisha News

BREAKING NEWS

ଶ୍ରୀମନ୍ଦିର ପରିଚଳନା କମିଟି ବୈଠକ ଶେଷ; ପହଣ୍ଡି ବିଭ୍ରାଟକୁ ନେଇ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ଆଜି ନୀଳାଦ୍ରି ଭକ୍ତ ନିବାସରେ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଡପ ପହଣ୍ଡି ଦିନ ପ୍ରଭୂ ବଳଭଦ୍ର ପଡ଼ିଯିବା ଘଟଣାରେ ସମସ୍ତେ ଦୁଃଖିତ ଥିଲେ ମଧ୍ୟ ଆଉ ଥରେ ଯାଞ୍ଚ ପାଇଁ ତିନି ଜଣିଆ କମିଟି କାର୍ଯ୍ୟ କରିବ । ଭିଡିଓ ଫୁଟେଜ୍ ସହ ସବୁ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ କମିଟି ।

ଆଡପ ପହଣ୍ଡି ଦିନ ପ୍ରଭୂ ବଳଭଦ୍ର ପଡ଼ିଯିବା ଘଟଣାରେ ତିନି ଜଣିଆ କମିଟି ପ୍ରଦାନ କରିଥିବା ତଦନ୍ତ ରିପୋର୍ଟ ପୂର୍ଣ୍ଣାଙ୍ଗ ହୋଇନାହିଁ । ତଦନ୍ତ ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି ପରିଚାଳନା କମିଟି କହିଛନ୍ତି । ପୁର୍ନବାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କେଉଁ ମାନେ ଦାୟୀ ସେନେଇ ପୁନଃ ବିଚାର କରି ରିପୋର୍ଟ ଦେବାକୁ ବୈଠକରେ ମତ ପ୍ରକାଶ ପାଇଛି ।

ତେବେ ଆଗାମୀ ଦିନରେ ପହଣ୍ଡି ସୁପରିଚାଳନା ନେଇ ୯ଟି ବିନ୍ଦୁ ଉପରେ ଆଲୋଚନା ହୋଇଥିଲା । ରଥ ଉପରେ କେତେଜଣ ସେବକ ରହିବେ ତାହା ନିର୍ଦ୍ଧାରଣ କରିବେ ବାଡଗ୍ରାହୀ । ଜିଲ୍ଲାପାଳ ଏସପିଙ୍କୁ ନେଇ ପହଣ୍ଡି ସୁପରିଚାଳନା ପାଇଁ ୩ ଜଣିଆ ପହଣ୍ଡି ସମନ୍ୱୟ କମିଟି ଗଠନ କରାଯିବ । ପହଣ୍ଡି ବେଳେ ରଥ ଉପରେ ଅନଧିକୃତ ସେବକଙ୍କୁ ଚିହ୍ନଟ କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଯଥା ‘ଏଆଇ’ର ସହାୟତା ନିଆଯିବ । ଯେଉଁଥିରେ ଅନଧିକୃତ ସେବକଙ୍କ ଫେସ୍ ମାର୍କିଂ କରି ତାଙ୍କୁ କଢାଯାଇପାରିବ ।

ସେହିପରି, ଚତୁର୍ଦ୍ଧାମୂର୍ତ୍ତିଙ୍କ ତ୍ରୀମୁଣ୍ଡିରେ ଛାଟେଣୀ ଭଲକରି ବାନ୍ଧିବା ସହ ରଥ ଉପରେ ମୋବାଇଲ ଫୋନ୍ କଟକଣା ସମେତ ମୋଟ ୯ଟି ପ୍ରସ୍ତାବ କମିଟି ଦେଇଛି । ଏଥି ମଧ୍ୟରୁ ୮ଟି ପ୍ରସ୍ତାବ ଉପରେ ପରିଚାଳନା କମିଟି ବୈଠକରେ ମୋହର ବାଜିଛି ।

Comments are closed.