Latest Odisha News

ପାରାଦୀପ ବନ୍ଦରରେ ୩ ଘାନା ନାଗରିକ, କରୁଥିଲେ କି ଅନୁପ୍ରବେଶ?

ପାରାଦୀପ: ପାରାଦୀପ ବନ୍ଦରରୁ ଠାବ ହେଲେ ୩ ଘାନା ନାଗରିକ । ରୁଷିଆରୁ ପାରାଦୀପ ବନ୍ଦର ଆସିଥିବା କୋଇଲା ବୋଝେଇ ଜାହାଜରେ ୩ ଘାନା ନାଗରିକକୁ ଠାବ କରିଛନ୍ତି କର୍ତ୍ତୃପକ୍ଷ । ଯାହାକୁ ନେଇ ଆରମ୍ଭ ହୋଇଛି ତନାଘନା । କେଉଁ ଉଦ୍ଦେଶ୍ୟ ଓ କେଉଁ ପରିସ୍ଥିତିରେ ସେମାନେ ଭାରତ ମଧ୍ୟକୁ ପ୍ରବେଶ କରିଥିଲେ, ନା ଅନୁପ୍ରବେଶ କରି କିଛି ଅଘଟଣ ଘଟାଇବାକୁ ଆସିଥିଲେ ସେନେଇ ଯାଞ୍ଚ ଆରମ୍ଭ ହୋଇଛି ।

ସେପଟେ ଏହାକୁ ନେଇ ରୁଷିଆରୁ ପାରାଦୀପ ବନ୍ଦର ଆସିଥିବା ଚୀନ୍‌ର ଉକ୍ତ ଜାହାଜ ବନ୍ଦରରେ ଲାଗିବା ପରେ ଏହାକୁ ତନତନ କରି ଯାଞ୍ଚ କରାଯାଉଛି । ଏଥିସହିତ ପାରାଦୀପ ଇମିଗ୍ରେସନ ଅଫିସ୍ ପକ୍ଷରୁ ଉକ୍ତ ଜାହାଜକୁ ନୋଟିସ୍ ଦିଆଯାଇଛି, ଯେପରି ଭାରତର କୌଣସି ବନ୍ଦରରେ ସେମାନଙ୍କୁ ଓହ୍ଲାଇ ନଦିଆଯାଏ । ତେବେ କେଉଁ ପରିସ୍ଥିତିରେ ୩ ଜଣ ଆସିଛନ୍ତି ତାହା ଜଣାପଡ଼ିନାହିଁ ବୋଲି ସୂଚନା ମିଳିଛି ।

Comments are closed.