Latest Odisha News

ବରମୁଣ୍ଡା ବସଷ୍ଟାଣ୍ଡରୁ ସନ୍ଦେହଜନକ ଭାବେ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡରୁ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମହିଳାଜଣକ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।

ଗତକାଲି ବିଳମ୍ବିତ ରାତିରେ ପୁରୁଣା ବସଷ୍ଟାଣ୍ଡ ଟର୍ମିନାଲରେ ମହିଳାଙ୍କ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ କିଛି ଲୋକେ । ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ବସ ଷ୍ଟାଣ୍ଡରେ ଉକ୍ତ ମହିଳାଙ୍କ ସହ ଜଣେ ଯୁବକ ଥିବା ଦେଖିଥିଲେ ପ୍ରତ୍ୟେକ୍ଷଦର୍ଶୀ । ଏହାପରେ ସୋରଡ଼ା ଯିବାକୁ ସେ ଓ ଅନ୍ୟ ଜଣେ ଯୁବକ ଟିକେଟ୍ କାଟିଥିବା ସୂଚନା ମିଳିଛି । ତେବେ କିପରି ମହିଳା ଜଣଙ୍କର ମୃତ୍ୟୁ ହେଲା ତାହାର ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।

Comments are closed.