Latest Odisha News

BREAKING NEWS

ବିଷାକ୍ତ ମଦ ନେଲାଣି ୨୩୧ ଜୀବନ

ଭୁବନେଶ୍ବର: ଏଯାବତ ବିଷାକ୍ତ ମଦ ନେଲାଣି ୨୩୧ ଜୀବନ । ଆଜି ଗୃହରେ ମଦ ମୃତ୍ୟୁ ଉପରେ ଉତ୍ତର ରଖି ଏହା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ।

ଏନେଇ ମନ୍ତ୍ରୀ କହିଛନ୍ତି, ୧୯୯୨ ମସିହାଠାରୁ ଏଯାବତ୍ ବିଷାକ୍ତ ମଦ ପିଇ ୨୩୧ ଜଣଙ୍କ ମୃତ୍ୟୁ ହୋଇଛି । ୧୯୯୨ରେ କଟକରେ ବିଷାକ୍ତ ମଦ ପିଇ ସର୍ବାଧିକ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୨ରେ ଭୁବନେଶ୍ୱର ଉପକଣ୍ଠ ଟୁକୁଲିପଡ଼ାରେ ମଦ ପାଇଁ ୪୧ ଜଣଙ୍କ ଜୀବନ ଯାଇଥିଲା । ସେହିପରି ୨୦୦୧ରେ ପୁରୀରେ ୨୦ଜଣ, ୨୦୦୬ରେ ଗଞ୍ଜାମରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ୨୦୧୯ ନିର୍ବାଚନ ବେଳେ ଭଦ୍ରକ ତିହିଡ଼ିରେ ୭ ଜଣଙ୍କ ଜୀବନ ଯାଇଥିଲା ।

ଏଥିସହିତ ଗ୍ରାମାଞ୍ଚଳରେ ମୋଟ ୪୩୩ଟି ମଦର ଦେଶୀଭାଟି ରହିଛି । ପାଉଚ ଉତ୍ପାଦନ ପାଇଁ ୪୯୦ ମଦଭାଟିକୁ ଲାଇସେନ୍ସ ଦିଆଯାଇଛି । ଯେଉଁଥିରୁ ଏଯାବତ ୨୨୭ କୋଟିର ରାଜସ୍ୱ ଆଦାୟ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ୨୩ କୋଟି ଲିଟର ମହୁଲି ମଦ ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

Comments are closed.