Latest Odisha News

BREAKING NEWS

ଖାଉଟିଙ୍କ ମୁଣ୍ଡରେ ଚଡ଼କ: ବଢିଲା କମର୍ସିଆଲ ଗ୍ୟାସ୍ ଦର

ଭୁବନେଶ୍ଵର: ପୁଣି ବଢିଲା କମର୍ସିଆଲ ଗ୍ୟାସ୍ ଦର। କମର୍ସିଆଲ ଗ୍ୟାସ୍ ସିଲିଣ୍ଡର୍ ଦର ୩୯ ଟଙ୍କାକୁ ବୃଦ୍ଧି ପାଇଛି।

ତେଲ ବ୍ୟବସାୟ କମ୍ପାନୀଗୁଡ଼ିକ ରବିବାର ୧୯ କେଜି ଗ୍ୟାସ୍ ସିଲିଣ୍ଡର୍ ଦର ୩୯ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ବୃଦ୍ଧି ହେବା ପରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର୍ ଦର ଦିଲ୍ଲୀରେ ୧୬୯୧.୫୦ ଟଙ୍କା କୁ ବୃଦ୍ଧି ପାଇଛି। ତେବେ ଗତ ମାସରେ କମର୍ସିଆଲ ଏଲପିଜି ଗ୍ୟାସ୍‌ ମୂଲ୍ୟରେ ୮.୫୦ ଟଙ୍କା ବୃଦ୍ଧି ପାଇଥିଲା । ସେହିଭଳି ଜୁଲାଇ ମାସରେ ୩୦ ଟଙ୍କା ଦର କମିଥିଲା ବେଳେ ଏବେ ପୁଣି ୩୯ ଟଙ୍କା ବୃଦ୍ଧି ହୋଇଛି ।

Comments are closed.