Latest Odisha News

ଆସିବ କି ‘ମିଷ୍ଟର ଇଣ୍ଡିଆ- ୨’, ହିଣ୍ସ ଦେଲେ ବୋନି କପୁର

ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀ ଆମ ଗହଣରେ ନଥିଲେ ବି ଆଜିବି ଫ୍ୟାନ୍ସ ଙ୍କ ମନ ଭିତରେ ଉଜ୍ଜୀବିତ ହୋଇ ରହିଛନ୍ତି।

ତାଙ୍କର ଅନେକ ଚଳଚ୍ଚିତ୍ର ଆଜିବି ଅଭୁଲା ହୋଇ ରହିଛି। ଶ୍ରୀଦେବୀ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି, ଯାହାର ତାଲିକା ବହୁତ ଲମ୍ବା। ତାହା ମଧ୍ୟରେ ମିଷ୍ଟର ଇଣ୍ଡିଆ ଅନ୍ୟତମ।

ଶ୍ରୀଦେବୀ ଏବଂ ଅନିଲ କପୁରଙ୍କ ଯୋଡିକୁ ବହୁତ ପସନ୍ଦ କରିଥିଲେ ଫ୍ୟାନ୍ସ। ବର୍ତ୍ତମାନ ଶ୍ରୀଦେବୀଙ୍କ ସ୍ୱାମୀ ତଥା ନିର୍ମାତା ବୋନି କପୁର ଏହି ଫିଲ୍ମର ସିକ୍ୱେଲ ବିଷୟରେ ହିଣ୍ସ ଦେଇଛନ୍ତି। ପ୍ରଶଂସକ ମାନେ ଯାହାକୁ ବହୁତ ଖୁସି ହୋଇଛନ୍ତି।

ବୋନି କପୁର ଶ୍ରୀଦେବୀଙ୍କ ସୁପରହିଟ୍ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ଏକ ପୋଷ୍ଟର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ପୋଷ୍ଟରେ ଲେଖା ଅଛି, ‘ମୁଁ ମନୋରଞ୍ଜନ ଜଗତରେ ନୂଆ ତରଙ୍ଗ ସୃଷ୍ଟି କରୁଛି’। ଯାହାକୁ ନେଇ ଫ୍ୟାନ୍ସ ମାନେ ଖୁସି ପ୍ରକାଶ କରିଛନ୍ତି। ଏପରିକି ଶ୍ରୀଦେବୀଙ୍କ ସ୍ଥାନରେ ଜାହ୍ନବୀ କପୁରଙ୍କୁ ନେବା ପାଇଁ ଫ୍ୟାନ୍ସ ମାନେ କହିଛନ୍ତି।

 

Comments are closed.