Latest Odisha News

BREAKING NEWS

ଗୁଜୁରାଟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ ପାଇଁ ଆଇଏମସିଟି ଗଠନ

ନୂଆଦିଲ୍ଲୀ: ଗୁଜରାଟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରଣାଳୟ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗଠନ କରାଯାଇଛି। ଆଇଏମସିଟି ଖୁବଶୀଘ୍ର ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବ ।

ଅଗଷ୍ଟ ୨୫ରୁ ୩୦ ମଧ୍ୟରେ ରାଜସ୍ଥାନ ଓ ଗୁଜରାଟରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁଁ ଗୁଜରାଟ ରାଜ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବର୍ଷକ ମଧ୍ୟରେ ହିମାଚଳ ପ୍ରଦେଶ ମଧ୍ୟ ବିଭିନ୍ନ ସମୟରେ ପ୍ରବଳ ବର୍ଷା, ମେଘ ବିସ୍ଫୋରଣ ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛି । ଗୃହ ମନ୍ତ୍ରଣାଳୟଏହି ରାଜ୍ୟଗୁଡ଼ିକର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛି ଏବଂ ଯଦି ସେମାନେ ଗୁରୁତର କ୍ଷୟକ୍ଷତି ବିଷୟରେ ସୂଚନା ଦିଅନ୍ତି ତେବେ ସେଠାରେ ମଧ୍ୟ ଆଇଏମସିଟି ନିୟୋଜିତ କରିବେ। ଚଳିତ ମୌସୁମୀ ଋତୁରେ ଅନ୍ୟ କେତେକ ରାଜ୍ୟ ପ୍ରବଳ ବର୍ଷା, ବନ୍ୟା, ବାଦଲଫଟା ବର୍ଷା, ଭୂସ୍ଖଳନ ଇତ୍ୟାଦି ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟରେ ଗୃହ ମନ୍ତ୍ରଣାଳୟ ଆଇଏମସିଟି ଗଠନ କରିଛି ଯେଉଁମାନେ ସ୍ମାରକପତ୍ରକୁ ଅପେକ୍ଷା ନକରି ବନ୍ୟା/ ଭୂସ୍ଖଳନ ପ୍ରଭାବିତ ଆସାମ, କେରଳ, ମିଜୋରାମ ଏବଂ ତ୍ରିପୁରା ରାଜ୍ୟଗସ୍ତ କରି କ୍ଷୟକ୍ଷତିର ଆକଳନ ପାଇଁ ଆଗୁଆ ପରିଦର୍ଶନ କରିଛନ୍ତି।ନାଗାଲାଣ୍ଡ ରାଜ୍ୟ ପାଇଁ ଆଇଏମସିଟି ମଧ୍ୟ ଗଠନ କରାଯାଇଛି, ଯାହା ଖୁବଶୀଘ୍ର ରାଜ୍ୟର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ ।

 

 

Comments are closed.