Latest Odisha News

ଚିକିଟି ମଦ ଟ୍ରାଜେଡି: ଗଲା ଆଉ ଜଣଙ୍କ ଜୀବନ

ବ୍ରହ୍ମପୁର: ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଗଲା ଆଉ ଜଣଙ୍କ ଜୀବନ । ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଇସିୟୁରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ଜେନା ପୁର ଗାଁର ପ୍ରଦୀପ ବେହେରାଙ୍କର ମୃତ୍ୟୁ ହୋଇଛି । ପ୍ରଦୀପଙ୍କୁ ମିଶାଇ ମଦ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ଏବେବି ମେଡିକାଲ ଆଇସିୟୁ ରେ ୩ ଜଣଙ୍କ ଚିକିତ୍ସା ଚାଲିଛି, ମେଡିକାଲରେ ଆଉ ୩ ଜଣଙ୍କର ଚିକିତ୍ସା ଚାଲିଥିବାବେଳେ ମୋଟ ମେଡିକାଲରେ ୬ ଜଣଙ୍କର ଚିକିତ୍ସା ଚାଲିଛି । ମଦ ମୃତ୍ୟୁ ଟଣାରେ କେ. ନୁଆଗାଁ ପୋଲିସ ମୋଟ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ, ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଆକ୍ରାନ୍ତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୪ ଜଣ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଇସିୟୁରେ ୨ ଜଣ ଭର୍ତ୍ତି ହୋଇଥିଲେ ।

Comments are closed.