Latest Odisha News

୫ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି, ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷିବ

ଭୁବନେଶ୍ୱର : ପଶ୍ଚିମକେନ୍ଦ୍ରୀୟ ତଥା ପାର୍ଶ୍ବବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୫ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଆଣିବ ବଡ଼ ବର୍ଷା। ତେବେ ଏହାର ପ୍ରଭାବରେ ବଢିବ ବର୍ଷାର ପରିମାଣ। ଦକ୍ଷିଣରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

୮ ତାରିଖ ଯାଏ ବର୍ଷା ନେଇ ଆଲର୍ଟ ଜାରି ହୋଇଛି। ସେହିପରି ୬ ତାରିଖରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତା ୯ ତାରିଖ ଯାଏଁ ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ଏହି ଲଘୁଚାପ ଜନିତ ବର୍ଷା ୭ରୁ ୮ ତାରିଖ ଯାଏଁ ଲାଗି ରହିବ। ଏହାକୁ ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। ମୁଖ୍ୟତଃ ୫ ଓ ୬ ତାରିଖରେ ଅଧିକରୁ ଅଧିକ ବର୍ଷାକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ। ୩ ରୁ ୫ ତାରିଖ ଯାଏଁ ରାଜ୍ୟରେ ବିଶେଷ ବର୍ଷା ନାହିଁ।

Comments are closed.