Latest Odisha News

BREAKING NEWS

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ୨ ନାବାଳକ ମୃତ

ସମ୍ବଲପୁର: ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ୨ ନାବାଳକ ମୃତ । ଏଭଳି ଅଘଟଣ ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଭିଏସଏସ କଲୋନୀରେ। ମୃତ୨ ନାବାଳକ ହେଲେ ଭିଏସଏସ କଲୋନିର ବାସିନ୍ଦା ଅନିଶ ନାଗଙ୍କ ପୁଅ ଏବଂ ବସଷ୍ଟାଣ୍ଡ ଫାଟକ ପାଖରେ ରହୁଥିବା ଗୋପାଳ ଶର୍ମାଙ୍କ ପୁଅ ।

ସୂଚନା ଅନୁସାରେ ଏହି ଦୁଇ ନାବାଳକ ପୋଖରୀରେ ଗାଧୋଇବାକୁ ଯାଇଥିଲେ। ଏଠାରେ ଗାଧୋଇବା ବେଳେ ହଠାତ୍ ପାଣିରେ ବୁଡିଗଲେ। ଖବର ପାଇ ସ୍ଥାନୀୟ ଯୁବକ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାମରା ମେଡିକାଲରେ ଭର୍ତ୍ତି କରିଥିଲେ।

ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଗୋବିନ୍ଦପୁର ପୋଲିସ ୨ ଟି ପୃଥକ୍ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Comments are closed.