Latest Odisha News

BREAKING NEWS

ତେଲେଙ୍ଗାନାରେ ନିହତ ହେଲେ ୬ ମାଓବାଦୀ

ହାଇଦ୍ରାବାଦ: ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ତେଲେଙ୍ଗାନାରେ ୬ ମାଓବାଦୀଙ୍କୁ ମାରି ଗଡାଇଲେ।

ତେଲେଙ୍ଗାନା କୋଥଗୁଡେମ୍‌ ଜିଲ୍ଲା ନୀଳାଦ୍ରିପେଟ୍‌ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଏନ୍‌କାଉଣ୍ଟରରେ ୬ ମାଓ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଆହତ ହୋଇଛି। ଏଥିସହିତ ମାଓବାଦୀଙ୍କ ପାଲଟା ଗୁଳିରେ ୨ ସୁରକ୍ଷାକର୍ମୀ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯିବା ବେଳେ ଆହୁରି ମାଓବାଦୀ ଲୁଚିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ତେବେ ଛତିଶଗଡ ସୁରକ୍ଷାକର୍ମୀ ୯ ଜଣ ମାଓବାଦୀଙ୍କୁ ନିହତ କରିବାର ୨ ଦିନ ପରେ ଆଜି ଏହି ଘଟଣା ଘଟିଛି । ସେମାନଙ୍କ ଭିତରେ ୬ ଜଣ ମହିଳା ମଧ୍ୟ ଥିଲେ।  ବିଜାପୁର ଦନ୍ତେୱାଡା ରେ ବିଭିନ୍ନ ଡିଭିଜନ ରେ ମାଇଁଙ୍କ ଉପସ୍ଥିତି ଥିବା ସନ୍ଦେହ ରେ ସର୍ଚ୍ଚ ଅପରେସନ ଜାରି କରିଥିଲେ ସୁରକ୍ଷାକର୍ମୀ।

Comments are closed.