Latest Odisha News

ରାଜ୍ୟରେ ବଢୁଛି ସଡକ ଦୁର୍ଘଟଣା; ୨୦୨୩ରେ ଯାଇଛି ଏତିକି ଜୀବନ

ଭୁବନେଶ୍ବର: ପ୍ରତିବର୍ଷ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୨୩ରେ ରାଜ୍ୟରେ ମୋଟ ୧୨ ହଜାର ୫୨ଟି ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ସଡ଼କ ଦୁର୍ଘଟଣାରେ ମୋଟ ୫ ହଜାର ୬୯୬ ଜଣଙ୍କ ଜୀବନ ଯାଇଥିବାବେଳେ, ୧୦ ହଜାର ୪୧୯ ଜଣ ଆହତ ହୋଇଛନ୍ତି ।

ଆଜି ବିଧାନସଭାରେ ବିଧାୟକ ସନାତନ ମହାକୁଡ଼ଙ୍କ ଦୁର୍ଘଟଣା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ତେବେ ସଡକ ଦୁର୍ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କର ମୃତ୍ୟୁ ଘଟିଛି । ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷ ମଧ୍ୟରେ ମୋଟ ୫୫ ହଜାର ୫୮୦ ଟି ସଡକ ଦୁର୍ଘଟଣା ଘଟିଛି । ଆଉ ଏଥିରେ ୨୬ ହଜାର ୩୧୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କହିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ।

Comments are closed.