Latest Odisha News

BREAKING NEWS

ଋଣ ଠକେଇ ମାମଲାରେ ୬ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ଵର: ଏସବିଆଇରୁ ଋଣ ଠକେଇ ମାମଲାରେ ୬ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ । ଭୁବନେଶ୍ବର, ଖଣ୍ଡପଡ଼ା, ବଡ଼ମ୍ବା ଓ କାକଟପୁରରୁ ୬ ଜଣଙ୍କୁ ଗିରଫ କରିଛି ଇଓଡବ୍ଲୁ । ଫେକ୍ ଡକ୍ୟୁମେଣ୍ଟ ଦେଇ ୧୬.୭୧ କୋଟି ଠକେଇ ହୋଇଥିବା ଅଭିଯୋଗ ହୋଥିଲା । ଝାରପଡ଼ା, ରଘୁନାଥପୁର, ପଟିଆ ଏସବିଆଇ ଶାଖାରୁ ଲୋନ୍ ନେଇଥିଲେ ଏହି ଠକ ।

ସୂଚନା ଅନୁସାରେ, ଭୁବନେଶ୍ଵର ଏସବିଆଇର ରିଜିଓନାଲ୍ ମ୍ୟାନେଜର ଶିବ ସୁନ୍ଦର ସାହୁଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ଇଓଡବ୍ଲୁ । ଅଭିଯୁକ୍ତମାନେ ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ ମାଧ୍ୟମରେ ୧୬ କୋଟି ୭୧ ଲକ୍ଷ ଟଙ୍କାର ଋଣ ନେଇଛନ୍ତି। ୨୦୨୨ ନଭେମ୍ଵରରୁ ୨୦୨୩ ଅକ୍ଟୋବର ମଧ୍ୟରେ ଅଭିଯୁକ୍ତମାନେ ଜୟଦେବ ବିହାର, ପଟିଆ, ରଘୁନାଥପୁର, ଏବଂ ଝାରପଡ଼ା ବ୍ରାଞ୍ଚରୁ ଋଣ ନେଇଛନ୍ତି। ତେବେ ୬ ଜଣଙ୍କୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ଇଓଡବ୍ଲୁ ।

Comments are closed.