Latest Odisha News

BREAKING NEWS

ଆଇଏମ ଶେଖର ସାହୁ ଜିତିଲେ ରାଜ୍ୟଗୋଷ୍ଠୀ ଚେସ ଚାମ୍ପିୟନଶିପ

ଭୁବନେଶ୍ୱର: ଆଇଏମ ଶେଖର ଚନ୍ଦ୍ର ସାହୁ ଶ୍ରୀଲଙ୍କାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚେସ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭେଟେରାନ କାଟୋଗୋରୀ( ୬୦ ବର୍ଷରୁ ଊର୍ଦ୍ଧ୍ୱ) ବିଭାଗରେ ସେ ଏହି ସଫଳତା ହାସଲ କରିଛନ୍ତି । ୯ ରାଉଣ୍ଡରେ ସେ ୫ ପଂଏଟ ହାସଲ କରିଥିଲେ । କିଟ ଓ କିସର ଏହି ଚେସ କୋଚ ସମ୍ପୂର୍ଣ୍ଣ ଚାମ୍ପିୟନଶିପରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଚାମ୍ପିୟନଶିପରେ ଅଂଶଗ୍ରହଣ କରିବା ନେଇ ସୁବିଧା ସୁଯୋଗ ପ୍ରଦାନ କରିଥିବା କିଟ ଓ କିସର ଫାଉଣ୍ଡର ଅଚ୍ୟୁତ ସାମନ୍ତଙ୍କୁ ସେ ଏ ନେଇ ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବସରରେ ଶେଖର ସାହୁ ସର୍ବଭାରତୀୟ ଚେସ ଫେଡେରେଶନ ଏବଂ ଏଆଇସିଏଫର ଜଂଏଟ ସେକ୍ରେଟାରୀ ରଞ୍ଜନ କୁମାର ମହାନ୍ତିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କିଟ ଓ କିସ ପରିବାରର ସମସ୍ତଙ୍କୁ ସେ ତାଙ୍କ ସ୍ୱର୍ଣ୍ଣ ପଦକ ଉତ୍ସର୍ଗ କରିଛନ୍ତିି । ଅଚ୍ୟୁତ ସାମନ୍ତ ମଧ୍ୟ ସାହୁଙ୍କୁ ତାଙ୍କ ପ୍ରଦର୍ଶନ ନେଇ ଅଭିନନ୍ଦନ ଜଣାଇଛନ୍ତି । ଆଗକୁ ଅନ୍ୟ ଟୁର୍ଣ୍ଣାମେଂଟରେ ଭଲ ପ୍ରଦର୍ଶନ ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.