Latest Odisha News

ହଷ୍ଟେଲରେ ସିନିୟରଙ୍କ ଦାଦାଗିରି: ୨୨ ଜଣଙ୍କୁ ମାଡ଼ ମାରିଥିବା ଅଭିଯୋଗ

ନୂଆପଡ଼ା: ପୁଣି ହଷ୍ଟେଲରେ ସିନିୟରଙ୍କ ଦାଦାଗିରି । ୨୨ ଜଣ ଜୁନିୟରଙ୍କୁ ମାଡ଼ ମାରିଥିବା ଅଭିଯୋଗ।

ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ତରବୋଡ ନବୋଦୟ ବିଦ୍ୟାଳୟରେ। ଉକ୍ତ ବିଦ୍ୟାଳୟ ହଷ୍ଟେଲରେ ରାଗିଂ ହେଉଥିବା ଅଭିଯୋଗ ଆସିଛି। ହଷ୍ଟେଲର ଦ୍ଵାଦଶ ଶ୍ରେଣୀର ୭ ଜଣ ଛାତ୍ର ଦଶମ ଶ୍ରେଣୀର ୨୨ ଜଣ ପିଲାଙ୍କୁ ମାଡ଼ ମାରିଛନ୍ତି । ଉକ୍ତ ୭ ଜଣ ସିନିୟର୍ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାକୁ ଓହ୍ଲାଇଛନ୍ତି ୧୦ ଶ୍ରେଣୀ ପିଲା।

Comments are closed.