Latest Odisha News

ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ

ଭୁବନେଶ୍ବର: ଆଜିଠୁ ଗଡ଼ିଲା ‘ସୁଭଦ୍ରା’ ରଥ । ଭୁବନେଶ୍ବର ଗାନ୍ଧୀମାର୍ଗରୁ ଗଡିଲା ଶୁଭଦ୍ରା ରଥ । ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଡ଼ିବ ଏହି ସୁଭଦ୍ରା ରଥ । ଗଣେଶ ପୂଜା ଅବସରରେ ପତାକା ଦେଖାଇ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଆଜିଠୁ ସାରା ରାଜ୍ୟରେ ବୁଲିବ ସୁଭଦ୍ରା ସଚେତନତା ରଥ । ସେପ୍ଟେମ୍ବର ୧୬ ତାରିଖ ଯାଏଁ ଏହି ରଥ ବୁଲି ବୁଲି ଲୋକଙ୍କୁ ସଚେତନ କରାଇବ । ହିତାଧିକାରୀମାନେ ଯେପରି ଭ୍ରମିତ ନ ହେବେ ସେଥିଲାଗି ସରକାର ଏହି ବ୍ୟବସ୍ଥା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂହ, ମେୟର୍ ସୁଲୋଚନା ଦାସ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତି ଥିଲେ ।

Comments are closed.