Latest Odisha News

‘ଏଣିକି ସ୍କୁଲ ଦେବ ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ’

କଟକ: ଗଣେଶ ପୂଜାରେ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ଘୋଷଣା । ଏଣିକି ସ୍କୁଲ ଦେବ ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ । ନବମରେ ପଢିଥିବା ପିଲାମାନଙ୍କ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା ରହିଛି । ବାପା, ମାଆଙ୍କ ନାଁ, ଜନ୍ମ ତାରିଖ ପରି ତଥ୍ୟ ପୋର୍ଟାଲରେ ଅପଲୋଡ଼ ହେବ । ଦଶମ ପରୀକ୍ଷାରେ ଏହି ତଥ୍ୟ ପୁଣି ରହିବ ।

ସାର୍ଟିଫିକେଟ ପାଇବା ସମୟରେ ଏହି ସମୟରେ ତଥ୍ୟ ସବୁ ସାମ୍ସକୁ ସ୍କୁଲ ଦେବ । ଯାହା ଜୁକ୍ତ ଦୁଇ କଲେଜ ନାମଲେଖା ପାଇଁ ସୁବିଧା ହେବ । ଏଥିପାଇଁ ନବମରୁ ହିଁ ଛାତ୍ରଛାତ୍ରୀମାନଙ୍କୁ ସବୁ ଠିକ ତଥ୍ୟ ଦେବାକୁ ପଡିବ । ହେଲେ ଭୁଲ ତଥ୍ୟ ଠିକ କରିବାକୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ହେବ । ସ୍କୁଲର ପ୍ରଧାନ ଶିକ୍ଷକ ଏହାକୁ ଯାଞ୍ଚ କରିବେ । ସିବିଏସଏଇ ଓ ଆଇସିଏସଇ ଯୁକ୍ତ ଦୁଇ ପାଇଁ ଵି ଏହି ତଥ୍ୟ ଦିଆଯିବ । ପ୍ରତି ବର୍ଷ ପାଖାପାଖି ୬ ଲକ୍ଷ ପିଲା ମାଟ୍ରିକ ପରୀକ୍ଷା ଦେଉଛନ୍ତି ।

ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ବୋର୍ଡର ପଦକ୍ଷେପକୁ ଆମେ ଚେଷ୍ଟା କରିବୁ ଯୁକ୍ତ ଦୁଇରେ କିପରି ନିର୍ଭୁଲ ଭାବେ ନାମଲେଖା ହୋଇ ପାରିବ । ଏହାକୁ କାର୍ଯ୍ୟକାରୀ କରିବାକୁ ବୋର୍ଡ ଓ ସାମ୍ସ ସହ ଆଲୋଚନା କରିବ ସିଏଚଏସଇ । ପିଲାମାନେ ରୁଚି ଓ ମାର୍କ ଆଧାରରେ ଷ୍ଟ୍ରିମ ନେଉଛନ୍ତି । ସାମ୍ସକୁ ବୋର୍ଡ ପିଲାମାନଙ୍କ ଯେଉଁ ଅନନ୍ୟ ଆଇଡି ବା ନମ୍ବର ଦେବ, ତାହା ପଞ୍ଜିକରଣ ଓ ନାମଲେଖା ଭଲ ଭାବେ ହୋଇ ପାରିବ ବୋଲି ଶିକ୍ଷା ବୋର୍ଡର ସଭାପତି କହିଛନ୍ତି ।

Comments are closed.