Latest Odisha News

ଗଣେଶ ପୂଜାରେ ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ରହିଛି ଦର

ଭୁବନେଶ୍ବର: ଗଣେଶ ପୂଜାରେ କମିଲା ସୁନା ଦର । ଗତକାଲି ଆଜି କଟକ ଓ ଭୁବନେଶ୍ୱରରେ ଅପେକ୍ଷା ସୁନାର ଦାମ୍ ସାମାନ୍ୟ କମିଛି ।

ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨ ହଜାର ୮୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬ ହଜାର ୮୦୦ ଟଙ୍କା ରହିଛି ।

ସେହିପରି କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖାଦେଇଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬ ହଜାର ୬୮୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬ ହଜାର ୬୬୮ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୫୩ ହଜାର ୭୬୦ ଟଙ୍କା ରହିଛି ।

ଏହା ବ୍ୟତୀତ ରୁପା ଦର ହ୍ରାସ ପାଇଛି । ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୩ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୪୭ ଟଙ୍କା, ୧୦୦ ଗ୍ରାମ୍ ପିଛା ୯ ହଜାର ୩୪୦ ଓ ୧ କେଜି ପିଛା ୯୩ ହଜାର ୪୦୦ ଟଙ୍କା ରହିଛି ।

Comments are closed.