Latest Odisha News

ଜିମ୍ବାୱେକୁ ମାନବୀୟ ସହାୟତା କଲା ଭାରତ, ପଠାଇଲା ୧୦୦୦ ମେଟ୍ରିକ୍ ଟନ୍ ଚାଉଳ

ନୂଆଦିଲ୍ଲୀ: ଜିମ୍ବାୱେକୁ ମାନବୀୟ ସହାୟତା କଲା ଭାରତ।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୈସୱାଲ କହିଛନ୍ତି ଯେ ଶନିବାର ଦିନ ଜିମ୍ବାୱେ, ଜାମ୍ବିଆ ଏବଂ ମାଲାୱିକୁ ଭାରତ ଖାଦ୍ୟ ସହାୟତା ପଠାଇଛି।

‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ଜୟସୱାଲ କହିଛନ୍ତି, “ଜିମ୍ବାୱେକୁ ଭାରତ ମାନବୀୟ ସହାୟତା ପଠାଇଛି। ଆଜି ନାୱା ଶେଭା ବିମାନ ବନ୍ଦରରୁ ଜିମ୍ବାୱେକୁ ୧୦୦୦ ମେଟ୍ରିକ୍ ଟନ୍ ଚାଉଳ ପଠାଯାଇଛି। ଏହା ଜିମ୍ବାୱେବାସୀଙ୍କ ଖାଦ୍ୟ ସୁରକ୍ଷା ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ।

ଜାମ୍ବିଆର ଲୋକଙ୍କ ଖାଦ୍ୟ ଏବଂ ପୋଷଣର ଆବଶ୍ୟକତା ପୂରଣ ପାଇଁ ଭାରତ ୧୩୦୦ ମେଟ୍ରିକ୍ ଟନ୍ ମକା ମଧ୍ଯ ପଠାଇଛି।

ଅପରପକ୍ଷରେ ପ୍ରଶାନ୍ତ ମହାସାଗରରେ ଏଲ-ନିନୋ ପ୍ରଭାବରେ ଦକ୍ଷିଣ ଆଫ୍ରିକୀୟ ଦେଶରେ ବର୍ଷାଭାବ ଯୋଗୁଁ ଘୋର ଖାଦ୍ୟ ସଂକଟ ଦେଖାଦେଇଛି।ସ୍ଥିତି ଏପରି ହୋଇଛି ଯେ, ଭୋକ ବିକଳରେ ଲୋକେ ବନ୍ୟଜନ୍ତୁ ମାରି ଖାଇବାକୁ ବି ପଛାଉନାହାନ୍ତି। ଏହାକୁ ଦେଖି ସହାୟତାର ହାତ ବଢ଼ାଇଛି ଭାରତ ।

 

Comments are closed.