Latest Odisha News

କୋବ୍ରାକୁ ପାଟିରେ ଧରି ରିଲ୍ସ କରୁଥିଲେ, ଚାଲିଗଲା ଜୀବନ

ହାଇଦ୍ରାବାଦ: କୋବ୍ରାକୁ ପାଟିରେ ଧରି ରିଲ୍ସ କରିବା ମହଙ୍ଗା ପଡିଲା। ତେଲେଙ୍ଗାନାର ହାଇଦ୍ରାବାଦରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ବିଷଧର କୋବ୍ରା ସହିତ ରିଲ୍ସ କରୁଥିବା ଦେଖିବାକୁ ମିଳିଛି।

ଶରୀରରେ ସାପର ବିଷ ବ୍ୟାପିବା କାରଣରୁ ଶିବ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଏହି ଭିଡିଓ କାମାରେଡି ଜିଲ୍ଲାର ହୋଇଥିବା ଜଣାପଡିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ଦୁଇ ହାତରେ ୬ ଫୁଟ ଲମ୍ବା କୋବ୍ରାକୁ ଧରି ପାଟିରେ ପୁରାଇବା ସହ ଭିଡିଓ ରେକର୍ଡ କରିଥିବା ନଜର ଆସିଛି। କୋବ୍ରାକୁ କିଛି ସମୟ ପାଟିରେ ରଖିବା ପରେ ଥମ୍ବସ୍ ଅପ୍ କରିଥିଲେ।

ଏହା ମଧ୍ଯରେ ଶିବଙ୍କୁ କେତେବେଳେ ସାପ କାମୁଡ଼ିଛି, ସେନେଇ ସେ ଜାଣିପାରିନଥିଲେ। ଭିଡିଓ କରିବା ପରେ ଶିବ ଚେତାଶୂନ୍ୟ ହୋଇପଡିଥିଲା ବେଳେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

Comments are closed.