Latest Odisha News

BREAKING NEWS

୨୦୨୫ ଯୁକ୍ତ ୨ ପରୀକ୍ଷା ପ୍ରସ୍ତୁତି: ନଭେମ୍ବର ୧୫ ସୁଦ୍ଧା ସିସିଟିଭି ଲଗେଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୫ ସୁଦ୍ଧା ସବୁ ଯୁକ୍ତ ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗେଇବାକୁ ନିର୍ଦ୍ଦେଶ। ପୂର୍ବରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଲାଗିଥିବା ସିସିଟିଭି ସବୁ କିଭଳି କାର୍ଯ୍ୟକ୍ଷମ ହେଉଛି ତା ରିପୋର୍ଟ ବି ଦେବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

୨୦୨୫ ରେ ହେବାକୁ ଥିବା ଯୁକ୍ତ ୨ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଏହି ପରୀକ୍ଷା ପାଇଁ ହାତରେ ଆଉ ୪ ମାସ ବାକି ରହିଛି । ତା’ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ଯେଉଁଠି ପରୀକ୍ଷା କେନ୍ଦ୍ର ହୋଇଥିଲା ସେଗୁଡ଼ିକରେ ଲାଗିଥିବା ସିସିଟିଭି କିଭଳି କାର୍ଯ୍ୟକ୍ଷମ ହେଉଛି ତାହାର ରିପୋର୍ଟ ଦେବାକୁ ପରିଷଦ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କୁହାଯାଇଛି। ନ‌ଭେମ୍ବର ୧୫ ସୁଦ୍ଧା ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ରହିଛି। ୨୦ ସୁଦ୍ଧା ଘୋଷଣା ପତ୍ର ଦେବେ ୧୦୯ ବିଦ୍ୟାଳୟ। ଧାର୍ଯ୍ୟ ଭିତ୍ତିଭୂମି ନଥିଲେ ହେବନି ପରୀକ୍ଷା କେନ୍ଦ୍ର।

Comments are closed.