Latest Odisha News

ଡିଭୋର୍ସ ପରେ ପରଫ୍ୟୁମ ଲଞ୍ଚ କଲେ ରାଜକୁମାରୀ, ନାଁ ଦେଲେ…

ଦୁବାଇ: ଦୁବାଇର ରାଜକୁମାରୀ ଶେଖ ମହରା ମୋହମ୍ମଦ ରଶିଦ ଅଲ୍ ମକତୁମ ନୂଆ ପରଫ୍ୟୁମ ମାର୍କେଟ୍‌କୁ ଆଣିଛନ୍ତି।

ସୋସିଆଲ୍ ମିଡିଆରେ ଛାଡପତ୍ର ଘୋଷଣା କରିବା ପରେ ରାଜକୁମାରୀ ଏବେ ଏକ ନୂଆ ପରଫ୍ୟୁମ ମାର୍କେଟ୍‌କୁ ଆଣିଛନ୍ତି।ଯାହାର ନାଁ ରହିଛି ‘ଡିଭୋର୍ସ’।

ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ମହରା ଏମ୍‌-୧ ବ୍ରାଣ୍ଡ ପରଫ୍ୟୁମର ଟିଜର ରିଲିଜ୍ କରିଛନ୍ତି। ପୋଷ୍ଟରେ ସେ ଡିଭୋର୍ସ ଶବ୍ଦ ଲେଖାଥିବା ଏକ କଳା ରଂଗର ପରଫ୍ୟୁମ ବୋତଲର ଭିଡିଓ ସେୟାର କରିଛନ୍ତି। ଏଥିସହ ତା’ ପାଖରେ ସନ୍‌ ଗ୍ଲାସ୍‌, କିଛି ଗାଢ଼ କଳା ରଙ୍ଗର ପଦ୍ମ ପାଖୁଡ଼ା ଦେଖିବାକୁ ମିଳିଛି ।

ଶେଖ ମହରା ମହମ୍ମଦ ରଶିଦ ଅଲ୍ ମାକତୁମ ହେଉଛନ୍ତି ଦୁବାଇର ବର୍ତ୍ତମାନର ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମାକତୁମଙ୍କ ଝିଅ। ସେ ଶିଳ୍ପପତି ଶେଖ ମନ୍ ବିନଙ୍କୁ ୨୦୨୩ରେ ବିବାହ କରିଥିଲେ। ସୋସିଆଲ ମିଡିଆ ଇନଷ୍ଟାଗ୍ରାମ୍‌ରେ ସେ ନିଜ ସ୍ୱାମୀ ଶେଖ ମାନା ବିନ୍ ମହମ୍ମଦଙ୍କୁ ଛାଡପତ୍ର ଦେଇଥିଲେ। ଏପରିକି ଉଭୟ ଉଭୟଙ୍କୁ ଇନଷ୍ଟାଗ୍ରାମରେ ମଧ୍ୟ ଅନଫଲୋ କରି ଦେଇଥିଲେ।

Comments are closed.