Latest Odisha News

BREAKING NEWS

ସୁନା କିଣୁଥିଲା ବେଳେ ସାବଧାନ ରୁହନ୍ତୁ: ଆପଣଙ୍କୁ ବି ଚୂନ ଲଗାଇ ପାରନ୍ତି ଦୋକାନୀ

ଭୁବନେଶ୍ବର: ସୁନା କିଣୁଥିଲା ବେଳେ ସବୁବେଳେ ସାବଧାନ ରୁହନ୍ତୁ । ସୁନା ପରଖି, ନିରିଖି ଆଣନ୍ତୁ । ନହେଲେ ଆପଣଙ୍କୁ ବି ଚିତା କାଟି ପାରନ୍ତି ଠକ ସୁନା ଦୋକାନୀ । କାରଣ ଏ କଥା ଆମେ କହୁନୁ, ଆଜି ଏହାକୁ ନେଇ ଗୃହରେ କିଛି ଚକିତ କଲା ଭଳି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଗତ ୫ ମାସ ଭିତରେ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ୩ ହଜାର ୧୨୫ଟି ରେଡ୍‌ରୁ ୧୧୬ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି । ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବା ସହିତ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ୍ ମଧ୍ୟ ଆଦାୟ କରାଯାଇଛି । ଖୋର୍ଦ୍ଧା, କଟକ ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଠକେଇ ହୋଇଛି ।

ଏଥିସହିତ ଗତବର୍ଷ ମଧ୍ୟ ୪୯୫ ସୁନା ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିଲେ । ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ । ଆଜି ଗୃହରେ ବିଧାୟକ ରଣେନ୍ଦ୍ର ସ୍ବାଇଁଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ୫ ମାସରେ ୧୧୬ ସୁନା ବ୍ୟବସାୟୀଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ସେମାନଙ୍କଠୁ ୧୫ ଲକ୍ଷ ୩୦ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଛି ।

Comments are closed.