Latest Odisha News

ବିଲ୍ଡିଂର ସେଣ୍ଟ୍ରିଂ ଚାଲିଥିବାବେଳେ ଛିଣ୍ଡି ପଡିଲା କ୍ରେନ୍

ଭୁବନେଶ୍ୱର: ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଖସିଲା କ୍ରେନ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବର ୟୁନିଟ୍-୮ ଓଏମସି କଲୋନୀରେ ଚାଲିଥିଲା ନିର୍ମାଣ କାର୍ଯ୍ୟ ।

ଖବର ମୁତାବକ, ଆଜି ରାଜଧାନୀର ଓଏମସି କଲୋନୀରେ ୧୦ ତାଲା ବିଲ୍ଡିଂର ଛାତ ପଡ଼ିବା ପାଇଁ ସେଣ୍ଟ୍ରିଂ କାମ ଚାଲିଥିଲା । ଏହି ସମୟରେ ହଠାତ୍ କ୍ରେନଟି ଭାଙ୍ଗି ପଡିଥିଲା । ଏହି ସମୟରେ ତଳେ ୧୫ ରୁ ଅଧିକ ଜଣ ଶ୍ରମିକ କାମ କରୁଥିଲେ । ସେମାନେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଏଥିରେ ୫ ଜଣ ଆହତ ହୋଇଛନ୍ତି ।

ତେବେ କିପରି ଏତେ ବଡ଼ ଅଘଟଣ ଘଟିଲା ସେନେଇ କାରଣ ଅସ୍ପଷ୍ଟ ରହିଛି ।

Comments are closed.