Latest Odisha News

ସଚିନଙ୍କ ଏହି ରେକର୍ଡ ଭଙ୍ଗ କରିବାକୁ କୋହଲିଙ୍କୁ ଆବଶ୍ୟକ ୫୮ ରନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ପରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବାକୁ ଯାଉଛନ୍ତି । ଏହି ସିରିଜ ୧୯ ଡିସେମ୍ବରରୁ ଆରମ୍ଭ ହେବ । କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୨୭୦୦୦ ରନ ପୂର୍ଣ୍ଣ କରିବାଠାରୁ ଆଉ ୫୮ ରନ ଦୂରରେ ରହିଛନ୍ତି । ବାଂଲାଦେଶ ବିପକ୍ଷ ସିରିଜରେ ଏହି ଉପଲବ୍ଧି ସେ ହାସଲ କରିବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବାସିଛନ୍ତି । ଏହା ପୂର୍ବରୁ ଦ୍ରୁତ ୨୭୦୦୦ ରନ ହାସଲ କରିବା ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଥିଲା । ସଚିନଙ୍କ ବ୍ୟତୀତ କୁମାର ସଙ୍ଗକାରା ଓ ରିକି ପଂଟିଂ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।

କୋହଲିଙ୍କ ନାମରେ ଏହା ପୂର୍ବରୁ ଦ୍ରୁତ ୧୬,୦୦c୦ ରନରୁ ୨୬୦୦୦ ପର୍ଯ୍ୟନ୍ତ ରନ ସଂଗ୍ରହ କରିବା ରେକର୍ଡ ରହିଛି । ବାଂଲାଦେଶ ସିରିଜ ପରେ ଭାରତ ଯଥାକ୍ରମେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ଏହି ସିରିଜଗୁଡିକରେ ଭଲ ପ୍ରଦର୍ଶନ କଲେ ଟିମ ଇଣ୍ଡିଆ ନିକଟରେ କ୍ରମାଗତ ତୃତୀୟ ଥର ପାଇଁ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିବା ସୁଯୋଗ ରହିବ ।

Comments are closed.