Latest Odisha News

BREAKING NEWS

Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା

ବ୍ୟୁରୋ: ସ୍ମାର୍ଟଫୋନ୍ ଅଧିକ ବ୍ୟବହାର କରୁଛନ୍ତି କି? ଆପଣଙ୍କ ମସ୍କିଷ୍କ ଓ ଶରୀରକୁ ହୋଇପାରେ ବିରାଟ କ୍ଷତି । ଫୋନ ଧରି ଅତ୍ୟଧିକ ସ୍କ୍ରଲିଂ କରିବାଦ୍ୱାରା ଦୁର୍ବଳ ସ୍ମୃତିଶକ୍ତି, ଧ୍ୟାନ ହ୍ରାସ, ନିଦ ବ୍ୟାଘାତ ଓ ସମ୍ଭାବ୍ୟ ସନ୍ତୁଳନ ସମସ୍ୟା ଦେଖାଦେବ ବୋଲି ବୈଜ୍ଞାନିକ ଚେତାବନୀ ଦେଇଛନ୍ତି । ତେବେ ଫୋନ୍ ବ୍ୟବହାର ପଛରେ କେବଳ ବ୍ୟକ୍ତିତ୍ୱ ନୁହେଁ ବରଂ ଦୁର୍ବଳ ଆତ୍ମନିୟନ୍ତ୍ରଣ ଓ କିଛି ହରାଇବାର ଭୟ ପ୍ରମୁଖ କାରଣ । କେବଳ ସ୍କ୍ରିନକୁ ଚାହିଁ ରହିଲେ ଆଖି ଉପରେ ପ୍ରଭାବ ପକାଏ ତା ନୁହେଁ ଆପଣ ଫୋନ୍ ସ୍କ୍ରଲ୍ କଲାବେଳେ କଣ ଦେଖନ୍ତି କଣ ମାନସିକତାରେ ଥାନ୍ତି ତାକୁ ସିଧାସଳଖ ପ୍ରଭାବ ପକାଏ । ସେମେଲବେସ୍ ବିଶ୍ୱବିଦ୍ୟାଳୟ ଗବେଷକ ମାନେ କହିଛନ୍ତି ସମସ୍ୟାପୂଣ୍ଣ ର୍ ସ୍ମାର୍ଟଫୋନ ବ୍ୟବହାର ମଣିଷର ବ୍ୟବହାରରେ ପରିବର୍ତ୍ତନ ଆଣେ । ଏହାସହ ଦୁର୍ବଳ ଆତ୍ମନିୟନ୍ତ୍ରଣ ଓ କାହାକୁ ମନେପକାଇବା ପରି ଲକ୍ଷଣ ଦେଖାଦିଏ । ଆକ୍ଟା ସାଇକୋଲୋଜୀରେ ପ୍ରକାଶିତ ଅଧ୍ୟୟନରୁ ଜଣାପଡିଛି ଲୋକଙ୍କର ଫୋନ୍ ସହ ଯୋଗାଯୋଗର ପ୍ରକୃତ ତଥ୍ୟ ସେମାନଙ୍କର ସ୍କ୍ରିନ୍ ଟାଇମ୍‌ରୁ ଜଣାପଡେ । ଗବେଷକମାନେ ୧୮ରୁ ୩୫ ବର୍ଷୀୟ ଯୁବକଙ୍କୁ ନେଇ ଏହି ଅଧ୍ୟୟନ କରିଥିଲେ । ମାନସିକ, ଶାରିରୀକ ଓ ଜ୍ଞାନାତ୍ମକ କାର୍ଯ୍ୟଦକ୍ଷତାର ମାପ ସହ ସେମାନଙ୍କ ଫୋନ୍ ବ୍ୟବହାରର ପରୀକ୍ଷା କରିଥିଲେ । କେତେସମୟ ଫୋନ୍ ବ୍ୟବହାର କରୁଛନ୍ତି, କଣ ଦେଖୁଛନ୍ତି ଏବଂ ଦୈନନ୍ଦିନ କାମରେ ବାଧା ଉପୁଜୁଛି କି ନାହିଁ ଏବଂ ଫୋନ୍ ବ୍ୟବହାର ନକରିବା ସମୟରେ ଫୋନ୍ ବିଷୟରେ ଚିନ୍ତା କରୁଛନ୍ତି କି, ସେ ବିଷୟରେ ପଚରାଯାଇଥିଲା । ଏହାପରେ ଅନେକ ସାଇକୋଲୋଜିକାଲ କାରଣକୁ ନେଇ ପରୀକ୍ଷା କରିଥିଲେ । ଯାହା ସାମାଜିକ ଅଭିଜ୍ଞତା କ୍ଷୟ କରେ, ଚିନ୍ତା, ଦୁଃଖ, ଭୟ, କ୍ରୋଧ ଭଳି ନକରାତ୍ମକ ଭାବନା ଆଶେ ।

ସ୍ମାର୍ଟଫୋନ୍ ବ୍ୟବହାରର ୩ଟି ଭିନ୍ନ ପଦ୍ଧତି

ସ୍ମାର୍ଟଫୋନ୍ ବ୍ୟବହାରର ୩ଟି ଭିନ୍ନ ପଦ୍ଧତି ଚିହ୍ନଟ କରିଛନ୍ତି ଗବେଷକ । ଶୁଦ୍ଧ ସାମାଜିକ ଲୋକମାନେ ସମ୍ପର୍କ ବଜାୟ ରଖିବାକୁ ଫୋନ୍ ବ୍ୟବହାର କରନ୍ତି । ଲାଇଟ୍ ପ୍ରୋସେସ୍ ବର୍ଗର ଲୋକ ଖବର, ମନୋରଂଜନ, କିଛି କାମ ନଥିଲେ ଫୋନ୍ ସ୍କ୍ରଲ୍ କରିବାକୁ ପସନ୍ଦ କରନ୍ତି । ଶେଷ ତଥା ଅନ୍ତିବ ବର୍ଗ ହେଉଛି, ହେଭି ପ୍ରୋସେସ୍ , ଏମାନେ ପ୍ରତିଦିନ ୪ରୁ ୫ଘଂଟାରୁ ଅଧିକ ସମୟ ଫୋନରେ ବିତାଇଥିଲେ । ସିଧାସଳଖ ଲୋକଙ୍କ ସହ ଯୋଗାଯୋଗରେ ରହିବା ଅପେକ୍ଷା ଅନଲାଇନର ବ୍ୟବହାର କରିଥିଲେ । ପ୍ରକୃତରେ କାହାକୁ ଫୋନ୍ ନିଶାଗ୍ରସ୍ତ କରେନାହିଁ । ବରଂ ମଣିଷର ଚିନ୍ତା, ଚାପ ଭଳି ନକରାତ୍ମକ ଭାବନା ତାଙ୍କୁ ଫୋନ୍ ଆଡକୁ ଟାଣିନିଏ । ଗୋଟିଏ ଭିଡିଓ ଦେଖିବା ପରେ ଅନ୍ୟଟି ଦେଖିବାକୁ ଇଛା ହୁଏ ଏମିତି ଫୋନ୍‌ରେ ବହୁତ ସମୟ କଟିଥାଏ । ଫୋନ୍ ଦେଖିବାର ଇଛା ମାନସିକ ଚାପ ଦେଇପାରେ, ଏକାଗ୍ରତା ହ୍ରାସ କରିପାରେ ଏବଂ ଥକ୍କାପଣ ଅନୁଭଭ ହୋଇପାରେ । ଏମିତିକି ବୟସ ଅନୁସାରେ ସେମାନଙ୍କର ଆଟେନସନ୍ ଓ ମେମୋରୀ ପ୍ରଭାବିତ କରିଥାଏ ।

ଶରୀରର ଭଙ୍ଗୀ ଓ ସନ୍ତୁଳନରେ ପ୍ରଭାବ ପକାଏ
କେବଳ ମାନସିକ ନୁହେଁ ଶାରିରୀକ ଗଠନରେ ବି ପ୍ରଭାବ ପକାଏ ସ୍ମାର୍ଟଫୋନ୍ ବ୍ୟବହାର । ଫୋନ୍ ଦେଖିବା ବେଳେ ବ୍ୟକ୍ତିର ମୁଣ୍ଡ ତଳକୁ ରୁହେ । ତେଣୁ ବେକ ଏବଂ ମୁଣ୍ଡରେ ଏହାର ପ୍ରଭାବ ପଡେ । ଧିରେ ଧିରେ ଏହି ଅଭ୍ୟାସ ଏକ ଶାରିରୀକ ସମସ୍ୟାରେ ପରିଣତ ହୁଏ । ଯାହାକୁ ଟେକ୍ସଟ ନେକ୍ ବୋଲି କୁହାଯାଏ । ଏହା ବେକରେ ଚାପ ସୃଷ୍ଟି କରେ । ବେକରେ ଯନ୍ତ୍ରଣା ହେବା ସହ ମୁଣ୍ଡ ଅସ୍ଥିର ହୁଏ । ଯାହା ଦୈନନ୍ଦିନ ଜୀବନଶୈଳୀକୁ ପ୍ରଭାବିତ କରେ । ମୁଣ୍ଡକୁ ଦୀର୍ଘ ସମୟ ଧରି ଆଗକୁ ଝୁଙ୍କି ରଖିଲେ ରିସେପ୍ଟରରୁ ଆସୁଥିବା ସୂଚନା ସଙ୍ଗେସଙ୍ଗେ ମସ୍ତିଷ୍କକୁ ଯିବାରେ ବାଧା ଉପୁଜିବ । ଏହା ଏକାଗ୍ରତାରେ ମଧ୍ୟ ପ୍ରଭାବ ପକାଏ ।

ସ୍ମାଟ ର୍ଫୋନ୍ ଅଧିକ ବ୍ୟବହାରରୁ ବିପଦ ହ୍ରାସ ପାଇଁ ସରଳ ଉପାୟ

ଯୁବପିଢୀଙ୍କଠାରୁ ଫୋନ୍ ଦୂରେଇବା ଉପାୟ ନୁହେଁ । ବରଂ ସୁସ୍ଥ ଅଭ୍ୟାସ ବିକଶିତ କରିବା ଜରୁରୀ । ଫୋନ୍ କିପରି ଓ କାହିଁକି ବ୍ୟବହାର କରିବା ଦରକାର ସେଦିଗରେ ସଚେତନ ହେବା ଆବଶ୍ୟକ । ଫୋନ୍ ବ୍ୟବହାର ଭିତରେ ଅନାବଶ୍ୟକ ସୂଚନା ହ୍ରାସ କରିବା, ସାମାଜିକ ଗଣମାଧ୍ୟମ, ମେସେଜିଂ ଆପ୍ କିମ୍ବା ବ୍ରାଉଜରରେ ସମୟ ବିତାଇବାର ସୀମା ନିର୍ଦ୍ଦାରଣ କରିବା ଆବଶ୍ୟକ । ଶୋଇବା ପୂର୍ବରୁ ଫୋନ୍ ବ୍ୟବହାର ଏଡାଇବା ଦରକାର ଯାହା ନିଦକୁ ସୁରକ୍ଷା ଦେବାରେ ସହାୟକ ହେବ । ଯାହା ଶାରିରୀକ ଚାପ ହ୍ରାସ କରିବା ମାନସିକ ଦିଗ ମଧ୍ୟ ସମାନ ଗୁରୁତ୍ୱ ବହନ କରେ । ଆଚରଣଗତ ତାଲିମ ଓ ମାନସିକ ସମର୍ଥନ ଏହି ଦକ୍ଷତାକୁ ସୁଦୃଢ କରିବାରେ ସହାୟକ ହୁଏ । ନିଷ୍କର୍ଷ ଏହା କି ଯେଉଁମାନେ ଅଧିକ ଚିନ୍ତାରେ ଅଛନ୍ତି, ଭାବପ୍ରବଣ କିମ୍ବା ଚାପରେ ଥାନ୍ତି ସେମାନଙ୍କର ସ୍ମାର୍ଟଫୋନ୍ ବ୍ୟବହାର ବିକଶିତ ହୁଏନି । ଆତ୍ମ ନିୟନ୍ତ୍ରଣ ଦ୍ୱାରା ଏହାକୁ ଏଡାଇଦିଆଯାଇପାରେ ।

ଶେଷରେ ଗବେଷଣା ଏକ ଗୁରୁତ୍ୱପୂଣ୍ଣ ର୍ ପାଥ ର୍କ୍ୟ ଆଡକୁ ଇଙ୍ଗିତ କରେ । ସ୍କ୍ରିନ ସମୟ ହ୍ରାସ କରିବା ସହାୟକ ହୋଇପାରେ, କିନ୍ତୁ ଲୋକେ ସୋମନଙ୍କ ସ୍ମାର୍ଟଫୋନ୍ ବ୍ୟବହାର କରିବା ପଦ୍ଧତିରେ ପରିବର୍ତ୍ତନ କରିବା, ଧ୍ୟାନ , ନିଦ୍ରା ଏବଂ ସାମଗ୍ରୀକ ସୁସ୍ଥତା ରକ୍ଷା ପାଇଁ ସମାନ ଗୁରୁତ୍ୱପୂର୍ଣ୍ଣ ।

Leave A Reply

Your email address will not be published.