Latest Odisha News

ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

ଭୁବନେଶ୍ଵର: ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା । ‘ସୁଭଦ୍ରା’ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତା ଗଲା ୧ ଟଙ୍କା । ଏନେଇ ‘ସୁଭଦ୍ରା’ଶୋଭାଯାତ୍ରାରେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ଟଙ୍କା ନପହଞ୍ଚିବା ଯାଏଁ ଏହି ଯୋଜନା ଚାଲିବ । ତେଣୁ ୧୭ ତାରିଖକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ଠିକ୍ ସମୟରେ ସବୁ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା ।

ସୁଭଦ୍ରା ଯୋଜନାରେ ଏଯାବତ୍‌ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ପଞ୍ଜୀକରଣ କରିସାରିଲେଣି। ୧୫ ତାରିଖ ଅର୍ଥାତ୍ ଆଜି ସୁଦ୍ଧା ଆବେଦନ କରିଥିବା ସମସ୍ତ ହିତାଧିକାରୀଙ୍କୁ ୧୭ରେ ପ୍ରଥମ କିସ୍ତି ମିଳିବ । ସେପଟେ ସାରା ରାଜ୍ୟରେ ଆଜି ସୁଭଦ୍ରା ସ୍ବାଗତ ପଦଯାତ୍ରା ହେଉଛି । ସୁଭଦ୍ରା ଯୋଜନା ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱର ଗିରି ଦୁର୍ଗା ମନ୍ଦିରରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ହୋଇଛି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏହି ପଦଯାତ୍ରାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂହଦେଓ, ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଛନ୍ତି ।

Comments are closed.