Latest Odisha News

ଗୋଟିଏ ସେଂଟିମିଟର ପାଇଁ ଡାଇମଣ୍ଡ ଲିଗ ଜିତିପାରିଲେନି ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ଡାଇମଣ୍ଡ ଲିଗ ଫାଇନାଲରେ ଦ୍ୱିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି । ମାତ୍ର ୧ ସେଂଟିମିଟର ପାଇଁ ତାଙ୍କର ଏଥର ଡାଇମଣ୍ଡ ଲିଗ ଜିତିବା ସ୍ୱପ୍ନ ସାକାର ହୋଇ ପାରିନି । ସେ ୮୭.୮୬ ମିଟର ଦୂରତାକୁ ଥ୍ରୋ କରିଥିବା ବେଳେ ଗ୍ରେନେଡାର ଆଣ୍ଡରସନ ପିଟର୍ସ ୮୭.୮୭ ମିଟର ସହ ଚାମ୍ପିୟନ ହୋଇଛନ୍ତି । ଜର୍ମାନୀର ଜୁଲିୟନ ବିବର(୮୫.୯୭) ତୃତୀୟ ସ୍ଥାନ ହାସଲ କରିଛନ୍ତି । ଡାଇମଣ୍ଡ ଲିଗ ହାସଲ କରିଥିବା ବିଜେତାଙ୍କୁ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ନୀରଜ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ପାଖାପାଖି ୧୦ ଲକ୍ଷ ଟଙ୍କା ପାଇଛନ୍ତି ।

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ କିନ୍ତୁ ପ୍ୟାରିସ ଗେମ୍ସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲେ । ୨୦୨୨ରେ ୮୮.୪୪ ମିଟର ଥ୍ରୋ କରି ନୀରଜ ପ୍ରଥମ ଭାରତୀୟ ଭାବେ ଫାଇନାଲରେ ବିଜୟ ହାସଲ କରିଥିଲେ । ଏହା ପରେ ୨୦୨୩ ଏବଂ ଏଥର ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ନୀରଜ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଭାଗ୍ୟ ସହାୟ ନ ହେବାରୁ ଅଳ୍ପକେ ଟାଇଟଲ ହାସଲରୁ ରହି ଯାଇଥିଲେ ।

Comments are closed.