Latest Odisha News

ବ୍ରିଟିଶମାନେ ମଧ୍ୟ ଭାବି ନଥିବେ ଯେ ଏମାନେ ଏପରି କାର୍ଯ୍ୟ କରିବେ ବୋଲି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଜି ଏକ ବଡ ଘୋଷଣା କରିଛନ୍ତି । ୪୮ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏହାରି ଭିତରେ ବିରୋଧିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି କେଜ୍ରିୱାଲ । ଜେଲରୁ ବାହାରିବା ପରେ ଆପ କର୍ମୀଙ୍କ ସହ ବାର୍ତ୍ତାଳାପ ସମୟରେ ଦିଲ୍ଲୀ ସିଏମ କେଜ୍ରିୱାଲ ଭଗତ ସିଂଙ୍କ କାହାଣୀ ବର୍ଣ୍ଣନା କରି କହିଛନ୍ତି ଯେ, ବ୍ରିଟିଶମାନେ ମଧ୍ୟ ଭାବି ନଥିବେ ଯେ ଏମାନେ ଏପରି କାର୍ଯ୍ୟ କରିବେ ।

ନିଜ ଅଭିଭାଷଣରେ କେଜ୍ରିୱାଲ ଏହା ମଧ୍ୟ କରିଛନ୍ତି ଯେ ସେ ଏଯାବତ୍ କାହିଁକି ଇସ୍ତଫା ଦେଇନାହାଁନ୍ତି । ସେ କହିଛନ୍ତି ଯେ, ବିଜେପି ଯେଉଁଠି ହାରେ ସେଠାରେ ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମିଛ ଆରୋପ ଲଗାଇ ଏପରି କର୍ଯ୍ୟ କରେ । ଏହି କାରଣରୁ ମୁଁ ଇସ୍ତଫା ଦେଇନାହାଁନ୍ତି। ମୁକ୍ୟମନ୍ତ୍ରୀ ପଦ ପାଇଁ ମୋର କୌଣସି ଇଚ୍ଛା ନାହିଁ କି ଲୋଭ ନାହିଁ । କିନ୍ତୁ ସେମାନେ ତୁମର ସଚ୍ଚୋଟତାକୁ ଭୟ କରନ୍ତି । ଯେଉଁଥିପାଇଁ ଏପରି କାଣ୍ଡ କରନ୍ତି ।

ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ତାଙ୍କ ଅଭିଭାଷଣରେ କହିଛନ୍ତି, “ଆମ ଉପରେ ସର୍ବଦା ଆଶୀର୍ବାଦ ବର୍ଷା କରିଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି। ଭଗବାନଙ୍କ ଆଶୀର୍ବାଦ କାରଣରୁ ଆମେ ସମସ୍ତ ସମସ୍ୟାର ସମାଧାନ ସୁଚାରୁ ଭାବରେ କରିପାରୁଛୁ। ଆମେ ଆମ ଶତ୍ରୁମାନଙ୍କ ସହ ଲଢେଇ କରି ସଫଳ ମଧ୍ୟ ହେଉଛୁ। କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଆସନ୍ତା ଦୁଇ ଦିନ ଭିତରେ ସିଏମ୍ ପଦରୁ ଇସ୍ତଫା ଦେବାକୁ ଯାଉଛି। ଯେପର୍ଯ୍ୟନ୍ତ ଜନତା ତାଙ୍କ ରାୟ ଦେଇ ନାହାନ୍ତିଯେ କେଜ୍ରିଓ୍ବାଲ ବିଶ୍ବସ୍ତ, ଯେ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବି ନାହିଁ । ମୁଁ ଓ ସିସୋଦିଆ ଜନତାଙ୍କ ପାଖକୁ ଯିବୁ, ସେମାନେ ଯାହା ନିଷ୍ପତ୍ତି ନେବେ ସେଇଆ ହେବ । ଜନତା ନିଜ ନିଷ୍ପତ୍ତି ନଜଣାଇବା ଯାଏଁ ମୁଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିବି ନାହିଁ ବୋଲି କହିଛନ୍ତି କେଜ୍ରିଓ୍ବାଲ ।

Comments are closed.