Latest Odisha News

କାଲି ପ୍ରବଳ ବର୍ଷିବ, ୧୭ରୁ ଥମିବ

ଭୁବନେଶ୍ବର: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ଗଭୀର ଅବପାତ । ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହା ରହିଛି । ପରେ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼କୁ ଗତିକରିବ ।  ଏହାର ପ୍ରଭାବରେ ରବିବାର ଉତ୍ତର ଓଡ଼ିଶାର ଅଧିକାଂଶ ଓ ଦକ୍ଷିଣର ଅନେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖାଦାଇଥିଲା ବେଳେ ଆସନ୍ତାକାଲି ପ୍ରବଳ ବର୍ଷିବ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ବିଶେଷ କରି ଉତ୍ତର ଓଡିଶାରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ବର୍ଷିବ ସମ୍ଭାବନା ରହିଥିବା ବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳତର ବର୍ଷାର ସମ୍ଭାବନା ରହିଛି । ସେହିପରି ବରଗଡ଼, ସୋନପୁର, ଅନୁଗୁଳ, କେନ୍ଦୁଝର ଓ ଦେବଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।

ଏଥିପାଇଁ କାଲି ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ୧୭ ତାରିଖ ପରଠୁ ରାଜ୍ୟରେ ବର୍ଷାର ପରିଣାମ କମିବ ବୋଲି କହିଛନ୍ତି ପାଣିପାଗ ନିର୍ଦ୍ଦେଶିକା ।

Comments are closed.